ପୁଟିନଙ୍କ ସବୁଠାରୁ ବଡ ସମାଲୋଚକଙ୍କ ଉପରେ ନିର୍ମିତ ଫିଲ୍ମକୁ ଓସ୍କାର…

ମସ୍କୋ,୧୩।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସବୁଠାରୁ ବଡ ସମାଲୋଚକ ଆଲେକ୍ସୀ ନାଭାଲିନିଙ୍କ ଉପରେ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ଓସ୍କାର ୨୦୨୩ ମିଳିଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ବର୍ଗରେ ଫିଲ୍ମକୁ ପୁରସ୍କାର ପ୍ରଦାନ କରାଯାଇଛି। ଏନେଇ ନାଭଲିନିଙ୍କ ସ୍ତ୍ରୀ ୟୁଲିଆ ନାଭାଲନାୟା ମଧ୍ୟ ଓସ୍କାର ମଞ୍ଚରୁ ଏକ ଭାବପ୍ରବଣ ଭାଷଣ ଦେଇଥିଲେ। ଏହା ଶୁଣି ସମାରୋହରେ ଥିବା ସମସ୍ତ ଲୋକ ଭାବପ୍ରବଣ ହୋଇ ଯାଇଥିଲେ।

ଓସ୍କାର ପାଇବା ପରେ ନାଭଲିନିଙ୍କ ସ୍ତ୍ରୀ ୟୁଲିଆ କହିଛନ୍ତି ଯେ ତାଙ୍କ ସ୍ବାମୀ କେବଳ ସତ କହିଥିବାରୁ ତାଙ୍କୁ ଜେଲରେ ରଖାଯାଇଛି। ଗଣତନ୍ତ୍ର ସୁରକ୍ଷା କରୁଥିବାରୁ ତାଙ୍କ ସ୍ବାମୀ ଦଣ୍ଡିତ ହେଉଛନ୍ତି। ଦିନେ ସେ ନିଶ୍ଚିତ ଭାବରେ ବାହାରକୁ ଆସିବେ ।

ରାଷ୍ଟ୍ରପତି ପୁଟିନଙ୍କ ଦୁର୍ନୀତି ଏବଂ ସମସ୍ତ ବେଆଇନ କାର୍ଯ୍ୟର ପ୍ରମାଣ ରଖିଥିବା ୪୬ ବର୍ଷର ନାଭାଲିନି ଦାବି କରିଛନ୍ତି। ଗତ ଦୁଇ ବର୍ଷ ଧରି ପୁଟିନ ତାଙ୍କୁ ଜେଲରେ ରଖିଛନ୍ତି। ନାଭାଲିନି ଜଣେ ଓକିଲ ଏବଂ ରୁଷ ସରକାରରେ ଦୁର୍ନୀତି ବିରୋଧରେ ବ୍ୟାପକ ପ୍ରଚାର କରିଥିଲେ। ନାଭାଲିନି ରୁଷିଆର ବିରୋଧୀ ସହଯୋଗ ପରିଷଦର ସଦସ୍ୟ।

ତାଙ୍କୁ ରୁଷିଆର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଦେଖାଯାଏ। ୨୦୧୮ ମସିହାରେ ସେ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଡକ୍ୟୁମେଣ୍ଟାରୀରେ ଦାବି କରାଯାଇଛି ଯେ ପୁଟିନ ରୁଷିଆରେ ନାଭାଲିନିଙ୍କ ନାମକୁ ମଧ୍ୟ ନିଷିଦ୍ଧ କରିଛନ୍ତି। ଏପରିକି ତାଙ୍କୁ ବିଷ ଦେବା ଏବଂ ହତ୍ୟା କରିବା ପାଇଁ ଏକ ଦଳ ଗଠନ କରାଯାଇଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୦୨୦ରେ ନାଭାଲିନିଙ୍କୁ ସର୍ବିଆର ସବୁଠାରୁ ବିପଦଜ୍ଜନକ ବିଷ ନୋଭିଚୋକ ଦିଆଯାଇଥିଲା, ଯେଉଁଥିପାଇଁ ସେ କୋମାରେ ରହିଥିଲେ। ତାଙ୍କ ଦଳ ତାଙ୍କୁ ଚିକିତ୍ସା ପାଇଁ ଜର୍ମାନୀ ନେଇଥିଲେ। ଏଠାରୁ ତାଙ୍କୁ ରୁଷିଆକୁ ପଠାଯାଇଥିଲା। ସେ ୧୭ ଜାନୁଆରୀ ୨୦୨୧ ରେ ମସ୍କୋକୁ ଫେରିବା ମାତ୍ରେ ରାଷ୍ଟ୍ରପତି ପୁଟିନଙ୍କ ନିର୍ଦ୍ଦେଶରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା।

Share