ନୂଆଦିଲ୍ଲୀ,୧୯।୧୦: ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲଙ୍କ ସରକାର ସତର୍କ ଅଛନ୍ତି। ବର୍ତ୍ତମାନ ରାଜଧାନୀରେ ବାଣ ଫୁଟାଇବା ଏବଂ କିଣିବାକୁ ନେଇ ଏକ ନୂଆ ନିୟମ ବିଷୟରେ ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି। ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ଦିଲ୍ଲୀରେ ବାଣ କିଣିବା ଏବଂ ଫୁଟାଇଲେ ୨୦୦ ଟଙ୍କା ଜୋରିମନା ଏବଂ ୬ ମାସ ଜେଲଦଣ୍ଡ ହୋଇପାରେ। ଏହା ସହିତ ଦିଲ୍ଲୀରେ ବାଣ ଉତ୍ପାଦନ ଏବଂ ବିକ୍ରୟ କରୁଥିବା ବ୍ୟକ୍ତିଙ୍କୁ ତିନି ବର୍ଷ ଜେଲଦଣ୍ଡ ସହ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମନା କରାଯାଇପାରେ। ଦିପାବଳୀରେ ଦିଲ୍ଲୀରେ ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମୋଟ ୪୦୮ଟି ଦଳ ଗଠନ କରାଯାଇଛି। ପର୍ବ ଏବଂ ଶୀତ ସିଜିନ୍ରେ ବାୟୁ ଗୁଣବତ୍ତା ଖରାପ ନ ହେବା ପାଇଁ ଦିଲ୍ଲୀ ସରକାର ବାଣ ଫୁଟାଇବାକୁ ବାରଣ କରିଛନ୍ତି।
Purchasing, bursting of firecrackers in Delhi will be punishable with Rs 200 fine, 6 months in jail: Environment Minister Gopal Rai
— Press Trust of India (@PTI_News) October 19, 2022