ବସ୍‌କୁ ୪ ଲକ୍ଷ ୯୮ ହଜାର ଜରିମାନା

ପାଲଲହଡା,୨୨।୭(ଦିବ୍ୟଜ୍ୟୋତି ଦାସ): ପରିବହନ ଆକ୍ଟ ଉଲ୍ଲଂଘନ କରିବା ଅଭିଯୋଗରେ ଗୁରୁବାର ସିଂହ ବାହିନୀ ନାମକ ଏକ ବସ୍‌କୁ ତାଳଚେର ପରିବହନ ଅଧିକାରୀ ମୋଟ୍‌ ୪ ଲକ୍ଷ ୯୮ ହଜାର ଟଙ୍କା ଜରିମାନା କରିଛନ୍ତି। ବସ୍‌ଟିକୁ ପାଲଲହଡା ଥାନାର ଜିମା ଦିଆଯାଇଛି। ଦୀର୍ଘଦିନରୁ ଏହି ବସ୍‌ଟି ପରିବହନ ଆଇନ ଉଲ୍ଲଂଘନ କରି ଆସୁଥିବାବେଳେ ଗୁରୁବାର ନୂତନ ମୋଟରଯାନ ଆଇନ ଅନୁଯାୟୀ ଜରିମାନା କଟାଯାଇଥିବା ତାଳଚେର ଆରଟିଓ ନିଖିଳ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Share