କେଜରିୱାଲ ସରକାରଙ୍କ ନିଷ୍ପତ୍ତି: ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ଦୁଇ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୯ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ପୁଣିଥରେ ମାଡି ଯାଇଛି । ସଂକ୍ରମିତଙ୍କ ମୃତ୍ୟୁକୁ ଦେଖିଲେ ଗତ ୨୪ ଘଣ୍ଟାରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି । ବୁଧବାର ଦିଲ୍ଲୀରେ କରୋନା ସଂକ୍ରମଣରେ ୧୩୧ ଜଣଙ୍କ ମୃ୍‌ତ୍ୟୁ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । କରୋନା ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର ଏକ ବୈଠକ ଆୟୋଜନ କରିଥିଲେ । ଏହି ବୈଠକର ନିଷ୍ପତ୍ତି କ୍ରମେ ଆଗକୁ ଥିବା ଛଟ ପୂଜା ଲୋକେ ଘରେ ପାଳନ କରିବାକୁ କୁହାଯାଇଛି । ସେ କହିଛନ୍ତି ଏବେ ରାଜନୀତି କରିବାର ସମୟ ନୁହେଁ ବରଂ ସେବା କରିବାର ସମୟ । ତେଣୁ ଆମକୁ ଏକାଠି ହୋଇ ଏହି କରୋନା ମହାମାରୀ ସହ ଲଢିବାକୁ ପଡିବ । ଆହୁରି ମଧ୍ୟ ଏହି ବୈଠକର ନିଷ୍ୱତ୍ତି ଅନୁଯାୟୀ, ରାଜଧାନୀରେ କେହି ଯଦି ମାସ୍କ ନ ପିନ୍ଧନ୍ତି ତେବେ ତାଙ୍କୁ ୨ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, କରୋନା ମହାମାରୀ ଠାରୁ ଦୂରେଇ ରହିବାକୁ ହେଲେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଉଛି ।

Share