Posted inଜାତୀୟ

ଆଜିଠୁ ଲାଗୁ ହେଲା ନୂଆ ନିୟମ, ନକଲି ସିମ୍‌ କିଣିଲେ ଗଣିବେ ୫୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୬ା୬: ଆଜି ଅର୍ଥାତ୍‌ ୨୬ ଜୁନ୍‌ରୁ ନୂଆ ‘ଟେଲିକମ୍ୟୁନିକେଶନ କାନୁନ୍‌ ୨୦୨୩) ସମଗ୍ର ଦେଶରେ ଲାଗୁ ହୋଇଛି। ଏବେ ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଏବେ ଭାରତୀୟମାନେ ଅତି ବେଶିରେ ଜୀବନକାଳ ମଧ୍ୟରେ ମାତ୍ର ୯ଟି ସିମ୍‌ ନେଇପାରିବେ। ଏଥିସହିତ ନକଲି ସିମ୍‌ ନେଲେ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବେ। ଏହି ନୂଆ ନିୟମ ସରକାରଙ୍କ ରାଷ୍ଟ୍ରୀୟ ସୁରକ୍ଷା କାରଣରୁ ସମସ୍ତ ଟେଲିକମ୍‌ ସର୍ଭିସ୍‌ ତଥା ନେଟ୍‌ଓ୍ବର୍କ୍‌କୁ ହଟାଇବା ଏବଂ ମ୍ୟାନେଜମେଣ୍ଟକୁ ସସ୍‌ପେଣ୍ଡ କରିବାର ଅନୁମତି ରହିଛି।

ନୂତନ ଟେଲି ଯୋଗାଯୋଗର କାର୍ଯ୍ୟକାରିତା ସହିତ ଏହି ନିୟମ ବର୍ତ୍ତମାନ କାର୍ଯ୍ୟକାରୀ ହୋଇଛି ଯେ, ଭାରତର କୌଣସି ନାଗରିକ ୯ରୁ ଅଧିକ ସିମ୍‌ କାର୍ଡ ପାଇପାରିବେ ନାହିଁ। ଏଥିସହ ଜମ୍ମୁ କାଶ୍ମୀର ଏବଂ ଉତ୍ତର-ପୂର୍ବ ରାଜ୍ୟର ଲୋକମାନେ କେବଳ ସର୍ବାଧିକ ୬ଟି ସିମ୍‌ କାର୍ଡ ନେଇପାରିବେ। ଏହାଠାରୁ ଅଧିକ ସିମ୍‌ କିଣିବା ପାଇଁ ଉପଭୋକ୍ତାଙ୍କୁ ପ୍ରଥମ ଥର ପାଇଁ ୫୦୦୦୦ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ ୨ ଲକ୍ଷ ଟଙ୍କା ଜରିମାନା କରାଯିବ। ଏହା ବ୍ୟତୀତ ଏକ ନକଲି ସିମ୍‌ କିଣିବା ପାଇଁ ୫୦ ଲକ୍ଷ ଟଙ୍କା ଏବଂ କିମ୍ବା ୩ ବର୍ଷ ଜେଲଦଣ୍ଡ ହେବ।

ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ବାଧ୍ୟତାମୂଳକ କରାଯାଇଛି ଯେ; ସାମଗ୍ରୀ ଏବଂ ସେବା ପାଇଁ ବିଜ୍ଞାପନ ଏବଂ ପ୍ରୋତ୍ସାହନମୂଳକ ଏସ୍‌ଏ୍‌ଏସ୍‌ ପଠାଇବା ପୂର୍ବରୁ କମ୍ପାନୀମାନଙ୍କୁ ପ୍ରଥମେ ସେମାନଙ୍କ ସମ୍ମତି ହାସଲ କରିବାକୁ ପଡ଼ିବ। ଆଇନରେ ଏହା ମଧ୍ୟ କୁହାଯାଇଛି ଯେ, ଟେଲିକମ ସେବା ପ୍ରଦାନ କରୁଥିବା କମ୍ପାନୀକୁ ଏକ ଅନ୍‌ଲାଇନ୍‌ ମେକାନିଜିମ ସୃଷ୍ଟି କରିବାକୁ ପଡ଼ିବ। ଯେଉଁଠାରେ ଉପଭୋକ୍ତାମାନେ ଅନ୍‌ଲାଇନ୍‌ରେ ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ। ଏହି ଟେଲିକମ୍‌ ବିଲ ୨୦ ଡିସେମ୍ବର ୨୦୨୩ରେ ଲୋକ ସଭା ଏବଂ ପରେ ୨୧ ଡିସେମ୍ବରରେ ରାଜ୍ୟ ସଭା ଦ୍ୱାରା ପାରିତ ହୋଇଥିଲା। ପରେ ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦସ୍ତଖତ ସହିତ ଆଇନରେ ପରିଣତ କରାଯାଇଥିଲା। ଏହି ଆଇନରେ ସମୁଦାୟ ୬୨ଟି ବିଭାଗ ଅଛି, ସେଥିମଧ୍ୟରୁ କେବଳ ୩୯ଟି ବିଭାଗ କାର୍ଯ୍ୟକାରୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ

ନୂଆଦିଲ୍ଲୀ,୩।୭: ବିରୋଧୀ ଦଳ ଲଗାତାର ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରୁଛନ୍ତି। ସୋମବାର ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ବିତର୍କ ହୋଇଥିଲା। ଅଗ୍ନିବୀର...

ପରାଜୟ ପରେ ବିରୋଧୀ କ୍ୟାମ୍ପରେ ବିଜେଡି; ମୋଦିଙ୍କ ଭାଷଣ ସମୟରେ ଇଣ୍ଡିଆ ମେଣ୍ଟ ସହିତ କଲା କକ୍ଷତ୍ୟାଗ

ଭୁବନେଶ୍ୱର,୩।୭: ପୂର୍ବରୁ ସଂସଦରେ ଅନେକ ଥର ଭାଜପାକୁ ସମର୍ଥନ କରୁଥିବା ବିଜୁ ଜନତା ଦଳ ବୁଧବାର ଇଣ୍ଡିଆ ମେଣ୍ଟ ପଦ ରାସ୍ତାରେ ଯୋଗ ଦେଇଛି। ରାଷ୍ଟ୍ରପତିଙ୍କ...

‘ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଅତ୍ୟନ୍ତ ଦୁଃଖଦାୟକ’

ରାଞ୍ଚତ୍,୩ା୭:ସଦ୍ୟ ଜେଲରୁ ଫେରିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାର ୫ ମାସ ପୂର୍ବରୁ ଝାଡ଼ଖଣ୍ଡ...

ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା

ହାଥରସ୍‌,୩ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍‌ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ...

ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା

ହାଥରସ୍‌,୩ା୭:ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ...

ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ,

ରାଞ୍ଚି,୩।୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଚମ୍ପାଇ ସୋରେନ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ଜେଲ୍ରୁ ଫେରିବା ପରେ...

ଭାରତର ଦେଶୀ ଟୁଇଟର୍‌ ‘କୁ’ ବନ୍ଦ: ବିରାଟ କୋହଲିଙ୍କ ସମେତ ବଡ଼ ବଡ଼ ରାଜନେତା କରୁଥିଲେ ବ୍ୟବହାର

ନୂଆଦିଲ୍ଲୀ,୩।୭: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୁରୁଣା ନାମ ଟୁଇଟର୍‌) ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO)...

ରାହୁଲଙ୍କ ଦାବି କେତେ ଠିକ୍‌? କ’ଣ ବୌଦ୍ଧ, ଜୈନ ଓ ଇଶାଇ ଧର୍ମରେ ବି ଅଛି ଅଭୟ ମୁଦ୍ରା…

ନୂଆଦିଲ୍ଲୀ,୩।୭: କେହି ଭାବି ନ ଥିବେ ଯେ ପ୍ରାଚୀନ କାଳର ଦୁଇଟି ଶବ୍ଦ ଲୋକ ସଭା ବିତର୍କର ଗତି ବଦଳାଇବ। ସଂସଦରେ ଏହାକୁ ନେଇ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri