Categories: ଜାତୀୟ

ଇନ୍‌ଭର୍ଟରରୁ ଲାଗିଲା ନିଆଁ, ମା-ବାପା ସମେତ ଦୁଇ ଝିଅ ମୃତ

ନୂଆଦିଲ୍ଲୀ, ୨୫।୬: ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗର ଅଞ୍ଚଳର ଏକ ଘରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତ କ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ମା-ବାପା ଦୁଇଜଣଙ୍କ ସହ ଦୁଇ ଝିଅଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।

ମିଳଥିବା ସୂଚନା ଅନୁସାରେ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଘରେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀର ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଦିଲ୍ଲୀ ଅଗ୍ନିଣମ ଅଧିକାରୀଙ୍କ ସୂଚନା ମୁତାବକ, ନିଆଁକୁ ଆୟତ୍ତ କରାଯାଇଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଇନ୍‌ଭର୍ଟରରୁ ଘରେ ନିଆଁ ଲାଗିଥିବା ଜଣାପଡ଼ୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଗୁଡ଼ିକ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

Share