ଲୁହାରଡ୍‌ ବୋଝେଇ ଚଳନ୍ତା ମିନିଟ୍ରକ୍‌ରେ ଲାଗିଲା ନିଆଁ

କେନ୍ଦୁଝର,୧୨ା୬(ସ୍ବ.ପ୍ର.): ଚମ୍ପୁଆ ନିକଟରେ ଏକ ଲୁହାରଡ୍‌ ବୋଝେଇ ଏକ ମିନି ଟ୍ରକ ସୋମବାର ସକାଳୁ କେନ୍ଦୁଝର ଆଡ଼କୁ ଆସୁଥିବା ବେଳେ ୫୨୦ ଜାତୀୟ ରାଜପଥ ରେ ହଠାତ୍‌ ନିଆଁ ଲାଗିଯିବାରୁ ଜଳି ଯାଇଥିଲା। ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ଗାଡ଼ିତ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଛି। ନିଆଁ ଲାଗିବାର ସଠିକ କାରଣ ଜଣା ପଡ଼ିନଥିଲେ ହେଁ ପ୍ରବଳ ଗରମ ଯୋଗୁଁ ସଟ ସର୍କିଟ ହୋଇ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏଭଳି ହଠାତ୍ ନିଆଁ ଲାଗି ଗାଡ଼ି ପୋଡ଼ି ଯାଉଥିବାରୁ ଚିନ୍ତା ପ୍ରକାଶ ପାଉଛି।