ଉଦଳା,୧୦।୪: ମୟୂରଭଞ୍ଜ ଜିଲା ଉଦଳା ବସ୍ଷ୍ଟାଣ୍ଡଠାରୁ ୧ କି.ମି. ଦୂର ଉଦଳା-କପ୍ତିପଦା କେନାଲ ଛକ ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦ରୁ ଅଧିକ ଯାତ୍ରୀଙ୍କୁ ଧରି ଉଦଳାରୁ ପଦ୍ମପୋଖରୀ, ଔପଦା ଅଭିମୁଖେ ଯାଉଥିବା ‘ଜୟ ଜଗନ୍ନାଥ’ ନାମକ ଏକ ଘରୋଇ ବସ୍ରେ ନିଆଁ ଲାଗି ଧୂଆଁ ବାହାରିଥିଲା । ଏହା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ଉଦଳା ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଶର୍ଟ୍ ସର୍କିଟରୁ ବସ୍ରେ ନିଆଁ ଲାଗିଥିବା ଜଣାପଡିଛି।