ବାରିପଦା,୧୫ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଶଟ୍ସର୍କିଟ୍ରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବାରିପଦା ଟାଉନ ଥାନା ଅନ୍ତର୍ଗତ ସାଇ ହସ୍ପିଟାଲର ଦ୍ବିତୀୟ ମହଲାରେ ଥିବା ଆଇସିୟୁ ଡ୍ୟୁଟି ରୁମ୍ରେ ନିଆଁ ଲାଗିଥିଲା। ଘଟଣାସ୍ଥଳରେ ବାରିପଦା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଛନ୍ତି। ହସ୍ପିଟାଲରେ ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଭୋର୍ ୪ଟା ସମୟରେ ନିଆଁ ଲାଗିଥିବା ବେଳେ ଏବେ ସମ୍ପୂର୍ଣ୍ଣ ଆୟତ୍ତ ହୋଇଛି।