ଆବାସିକ କୋଠାରେ ଲାଗିଲା ନିଆଁ, ୩ ଜୀବନ୍ତ ଦଗ୍ଧ

ପ୍ୟାରିସ୍‌,୧୩ା୮: ଫ୍ରାନ୍ସର ରିଭିରା ସହରର ଗ୍ରେସ୍‌ସ୍ଥିତ ଏକ ଆବାସିକ କୋଠାରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିବାରୁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିପରି ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ କହିଛନ୍ତି, ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।

Share