ପାଟଣା,୧୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜଗର ପଞ୍ଚାୟତ ନୂଆଗାଁ ଚତୁରି ସାହିରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଧାନ ଅମଳ ପାଇଁ ଗାଁରେ ଥିବା ଚତୁରି ଉପରେ ରଖାଯାଇଥିବା ୧୪ ଜଣ ଚାଷୀଙ୍କ ୧୮ ଟ୍ରିପ୍ ଧାନ ବିଡା ଅଗ୍ନିକାଣ୍ଡରେ ଜଳି ନଷ୍ଟ ହୋଇଯାଇଛି। ଏଥିସହ ଧାନ ଅମଳ ପାଇଁ ରଖାଯାଇଥିବା ମେଶିନର କିଛି ଅଂଶ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସମସ୍ତ ଧାନ ବିଡ଼ା ଜଳି ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। କ୍ଷତିପୂରଣ ଦାବିରେ କଂଗ୍ରେସ ନେତା ବିନୋଦ ବିହାରୀ ନାଏକ, ଭାଜପା ନେତା ଗୌତମ ନାଏକ ଓ କୃଷକ ନେତା ଅଖିଳ ଚନ୍ଦ୍ର ନାଏକ ପ୍ରମୁଖ ଦାବି କରିଛନ୍ତି।