ଶିବ ମନ୍ଦିର ବଟ ବୃକ୍ଷରେ ଲାଗିଲା ନିଆଁ

ମାଲକାନଗିରି, ୨।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ପୁରୁଣା ମେଡିକାଲ ନିକଟରେ ଏକ ପୂରାତନ ଶିବ ମନ୍ଦିରକୁ ଲାଗିଥିବା ବଟ ଗଛରେ ନିଆଁ ଲାଗି ମନ୍ଦିରର କିଛି ଅଂଶ କ୍ଷତି ହୋଇଛି। ଏହି ମନ୍ଦିର ସର୍ବ ପୂରାତନ ଏବଂ ବଟ ବୃକ୍ଷଟି ମଧ୍ୟ ବହୁବର୍ଷ ଧରି ଏଠାରେ ରହିଛି। ଜିଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀମାନେ ପ୍ରଥମେ ଶିବ ମନ୍ଦିର ସହ ବଟ ବୃକ୍ଷକୁ ପ୍ରଣାମକରି ଆରୋଗ୍ୟ କାମନା କରିଥାନ୍ତି। କିଛିଦିନ ପୂର୍ବେ ମନ୍ଦିର ନିକଟରେ ଥିବା ଏହି ବଟ ବୃକ୍ଷର ଦୁଇଟି ବିରାଟକାୟ ଶାଖା ଭାଙ୍ଗି ମନ୍ଦିର ପରିସରରେ ପଡିଥିଲା। ଏହାକୁ ତୁରନ୍ତ ଉଠାଇବା ପାଇଁ ଜନସାଧାରଣ ଦାବି କରିଥିଲୋ କିନ୍ତୁ ମଙ୍ଗଳବାର ସକାଳେ ହଠାତ୍‌ ବଟ ବୃକ୍ଷରେ ନିଆଁ ଲାଗି ଜଳି ଯାଉଥିବା ଲୋକେ ଦେଖିବାକୁ ପାଇଥିଲେ। ସେମାନେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆୟତ କରି ପାରି ନ ଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ମନ୍ଦିରର ପଛଭାଗ ଆଂଶିକ କ୍ଷତି ଘଟିଥିବା ଜଣାପଡ଼ିଛି।