Categories: ଜାତୀୟ

ଡ୍ରେସ୍‌ ବଜାରରେ ଲାଗିଲା ନିଆଁ

କୋଲକାତା,୨୧ା୭: ପଶ୍ଚିମବଙ୍ଗର ହାଓ୍ବଡା ଜିଲାର ମଙ୍ଗଳା ମାର୍କେଟ୍‌ରେ ଶୁକ୍ରବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ପୋଲିସ କହିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବଜାରରେ ଅନେକ ହୋଲ୍‌ସେଲ୍‌ ଏବଂ ଖୁଚୁରା କପଡ଼ା ଦୋକାନ ରହିଛି। ଯେଉଁଠାରେ ଟେକ୍ସଟାଇଲ କାରବାର କରାଯାଏ। ତାହା ସବୁ ପୋଡ଼ି ପାଉଁଶ ହୋଇଯାଇଛି।

ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅତିକମ୍‌ରେ ୧୨ଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। କ୍ଷୟକ୍ଷତିର ପରିମାଣ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ମଧ୍ୟ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

Share