Categories: ଖେଳ

ଇଡେନ ଗାର୍ଡେନ୍‌ରେ ଲାଗିଲା ନିଆଁ

କୋଲକତା,୧୦।୮: ଭାରତରେ ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ୨ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ମେଗା ଇଭେଣ୍ଟ ପାଇଁ ଚାଲିଥିବା ନବୀକରଣ କାର୍ଯ୍ୟ ସମୟରେ ଏକ ଭୟଙ୍କର ଅଗ୍ନି ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡ ଯୋଗୁ ଷ୍ଟାଡିୟମର ଡ୍ରେସିଂ ରୁମ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି।
ଅଗଷ୍ଟ ୯ରେ ରାତି ପ୍ରାୟ ୧୧.୫୦ ସମୟରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗର ୨ଟି ଗାଡି ମଧ୍ୟ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ଯେଉଁଠାରେ କ୍ରିକେଟରଙ୍କ ଉପକରଣ ରଖାଯାଏ ସେଠାରେ ନିଆଁ ଲାଗିଯାଇଛି। ବର୍ତ୍ତମାନ ଏହି ଅଗ୍ନିକାଣ୍ଡ ଯୋଗୁ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱକପ ମ୍ୟାଚ ପୂର୍ବରୁ ସମସ୍ତଙ୍କ ସାମ୍ନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ ଉଠିଛି।
ସେମିଫାଇନାଲ ମ୍ୟାଚ ସମେତ ଦିନିକିଆ ବିଶ୍ୱକପ ୨୦୨୩ରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ମୋଟ ୫ଟି ମ୍ୟାଚ ଆୟୋଜିତ ହେବ।

Share