ଝାରସୁଗୁଡ଼ା ଅଫିସ,୧୮।୧୦:ଗୁନ୍ଦିଆରୁ ଝାରସୁଗୁଡ଼ା ଆସୁଥିବା ଜେଡି ନାମକ ୦୮୮୬୧ନଂ ପାସେଞ୍ଜର ଟ୍ରେନ୍ ମଙ୍ଗଳବାର ରାତି ସାଢେ ୮ଟାରେ ବ୍ରଜରାଜନଗର ରେଳଷ୍ଟେଶନର ୩ନଂ ପ୍ଲାଟଫର୍ମରେ ପହଞ୍ଚତ୍ବା ପରେ ହଠାତ୍ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହା ଜଣାପଡିବା ପରେ ଲୋକ ପାଇଲଟ୍ ତଳକୁ ଓହ୍ଲାଇପଡି ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ। ଏ ସମ୍ପର୍କରେ ଷ୍ଟେଶନ କର୍ତ୍ତୃପକ୍ଷ ଖବରପାଇ ଗ୍ୟାସ୍ ସିଲିଣ୍ଡର ମାଧ୍ୟମରେ ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ଦମକଳ ଗାଡି ପହଞ୍ଚତ୍ ନିଆଁ ଲିଭାଇଥିଲା। ଇଞ୍ଜିନରେ ନିଆଁ କିଭଳି ଲାଗିଲା ତାହା ଜଣାପଡି ନାହିଁ। ଖବରପାଇ ରେଲଓ୍ବେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଏହାର ତଦନ୍ତ ଆରମ୍ଭ କରିଛନ୍ତି।