କାରଖାନାରେ ଲାଗିଲା ନିଆଁ: ଜିଅନ୍ତା ଜଳିଗଲେ ୧୩ କର୍ମଚାରୀ

ଜାକର୍ତ୍ତା,୨୪ା୧୨: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ଥିବା ଚାଇନାର ଏକ ନିକେଲ ତରଳିବା କାରଖାନାରେ ରବିବାର ବିସ୍ଫୋରଣ ହେବାରୁ ୧୩ ଜଣ ଜିଅନ୍ତା ଜଳିଯାଇଛନ୍ତି। ଏନେଇ ସେଣ୍ଟ୍ରାଲ ସୁଲାଓ୍ବେସି ପୋଲିସ ମୁଖ୍ୟ ଆଗସ ନଗ୍ରୋହୋ କହିଛନ୍ତି, ଏହି ଘଟଣାରେ ଅତି କମ୍‌ରେ ୫ ଜଣ ଚାଇନିଜ୍‌ ଏବଂ ୮ ଜଣ ଇଣ୍ଡୋନେସିଆ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଆଜି ଏହି କାରଖାନାର ମରାମତି କରାଯାଉଥିବା ବେଳେ ତରଳିବା ଚୁଲିରେ ଏକ ବିସ୍ଫୋରଣ ହୋଇଥିଲା। ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

Share