Categories: ଜାତୀୟ

ମଲ୍‌ରେ ଲାଗିଲା ନିଆଁ

ଲକ୍ଷ୍ନୌ,୫ା୭: ଶୁକ୍ରବାର ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗରର ସେକ୍ଟର ୩୪ରେ ଥିବା ଲଜିକ୍ସ ମଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।
ସୂଚନାନୁଯାୟୀ, ଏକ ପୋଷାକ ଶୋ’ ରୁମ୍‌ରେ ନିଆଁ ଲାଗିଯାଇଥିଲା। ମଲ୍‌କୁ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ଭାବେ ଖାଲି କରିଥିଲା। ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ବେଳେ କୌଣସି ଧନଜୀବନ ହାନି ହୋଇନାହିଁ।
ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Share