Categories: ଜାତୀୟ

ଯାତ୍ରୀବାହୀ ବସ୍‌ରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀ ନିକଟ ଯମୁନା ଏକ୍ସପ୍ରେସ୍‌ଓ୍ବେରେ ବୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯାଇଛି। ନୋଏଡାର ସେକ୍ଟର ୯୬ରେ ବସ୍‌ରେ ନିଆଁ ଲାଗିଯାଇଥିଲା। ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ବସ୍‌ରୁ ଡେଇଁବାକୁ ବାଧ୍ୟ ହୋଇଥିଲେ। ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ୟୁପି ୫୩ ଜିଟି ୨୯୦୭ ନମ୍ବର ବିଶିଷ୍ଟ ବସ୍‌ଟି ସେକ୍ଟର ୩୭ରୁ ସିଓ୍ବାନ ବିହାରକୁ ଯାଉଥିଲା। ବସ୍‌ ଶୀତତାପ ନିୟନ୍ତ୍ରିତ ଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି ଯେ, ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଥାଇପାରେ। ଏହି ଅଗ୍ନିକାଣ୍ଡ ଯୋଗୁ ଏକ୍ସପ୍ରେସଓ୍ବେରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା।

Share