ଭବାନୀପାଟଣା,୯।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଜିଲାପାଳ ଅଫିସ ସମ୍ମୁଖରେ ଥିବା ଏକ ତେଜରାତି ଦୋକାନରେ ରବିବାର ବିଳମ୍ବିତ ରାତିରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ପୋଲିସ ପାଟ୍ରୋଲିଂ ସମୟରେ ଦୋକାନରୁ ଧୁଆଁ ବାହାରୁଥିବା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ଦୋକାନରେ ଥିବା ଫ୍ରିଜ, ଟଙ୍କା ସମେତ ସବୁ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିଲା। ତେବେ ଜଳିଥିବା ଦୋକାନ ପ୍ରକାଶ କୁମାର ନାଏକଙ୍କର ବୋଲି ଜଣାପଡିଛି । କଳାହାଣ୍ଡି ଜିଲାପାଳ ଓ ଏସ୍ପି ଅଫିସ ସମ୍ମୁଖରେ ଏଭଳି ଘଟଣା ଘଟିଥିଲେ ବି ପୋଲିସ ପାଟ୍ରାଲିଂକୁ ଆହୁରି କଡାକଡ଼ି କରାଯିବା ପାଇଁ ଭବାନୀପାଟଣା ବାସିନ୍ଦା ଦାବି କରିଛନ୍ତି ।