Categories: ଜାତୀୟ

୩୨ ବର୍ଷ ପରେ କଶ୍ମୀରରେ ଖୋଲିଲା ସିନେମା ହଲ୍‌

ଶ୍ରୀନଗର,୨୦।୯: କଶ୍ମୀରବାସୀ ବଡ ପରଦାରେ ଫିଲ୍ମ ଦେଖିବାର ଅପେକ୍ଷା ଏବେ ଶେଷ ହୋଇଛି। ମଙ୍ଗଳବାର ଶ୍ରୀନଗରର ସୋନମାର୍ଗଠାରେ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପ୍ରଥମ ମଲ୍ଟିପ୍ଲେକ୍ସ ସିନେମା ହଲ୍‌ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ସ୍ବର୍ଗତ ଅଭିନେତା ଶ୍ୟାମି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଶ୍ମୀରର ପ୍ରଥମ ମଲ୍ଟିପ୍ଲେକ୍ସରେ ମୋଟ ୫୨୦ ସିଟ ବିଶିଷ୍ଟ ତିନୋଟି ସିନେମା ହଲ ରହିବ।
ମଲ୍ଟିପ୍ଲେକ୍ସର ଉଦଘାଟନ କରି ମନୋଜ ସିହ୍ନା କହିଛନ୍ତି, ବିଜ୍ଞାନ ଯଦି ଆବିଷ୍କାର ହୁଏ, ତେବେ କଳା ହେଉଛି ଏହାର ଅଭିବ୍ୟକ୍ତି। ଯେଉଁମାନଙ୍କୁ ଲୋକମାନଙ୍କର ଆକାଂକ୍ଷା ପୂରଣ କରିବାର ଦାୟିତ୍ୱ ଦିଆଯାଇଥିଲା ସେମାନେ ବିପରୀତ କାର୍ଯ୍ୟ କରିଥିଲେ, କିନ୍ତୁ ବର୍ତ୍ତମାନ ସମୟ ବଦଳୁଛି।
ସୂଚନାଯୋଗ୍ୟ, ଡିସେମ୍ବର ୩୧, ୧୯୯୦ରେ ଆତଙ୍କବାଦଙ୍କ ଧମକ ଯୋଗୁ କାଶ୍ମୀରର ସମସ୍ତ ସିନେମା ହଲ ବନ୍ଦ କରିଦିଆଯାଇଥିଲା।

Share