ନୂଆଦିଲ୍ଲୀରେ ସ୍ବାଧୀନତା ଦିବସ ସମାରୋହରେ ମତ୍ସ୍ୟଜୀବୀ ଦମ୍ପତୀ ସ୍ବତନ୍ତ୍ର ଅତିଥି

ଛତ୍ରପୁର,୧୨।୮(ସନ୍ତୋଷ ପାଢ଼ୀ ): ନୂଆଦିଲ୍ଲୀରେ ହେବାକୁ ଥିବା ସ୍ବାଧୀନତା ଦିବସ ସମାରୋହରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବାକୁ ଗଞ୍ଜାମ ଜିଲାର ମତ୍ସ୍ୟଜୀବୀ ଦମ୍ପତିଙ୍କୁ ନିମନ୍ତ୍ରଣ ଆସିଛି। ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଦମ୍ପତି ହେଲେ ଓଡ଼ିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନର ସାଧାରଣ ସମ୍ପାଦକ ତଥା ଭାରତୀୟ ଜାତୀୟ ମତ୍ସ୍ୟଜୀବୀ ମଞ୍ଚର ଉପସଭାପତି କେ. ଏଲେୟା ଓ ତାଙ୍କ ଧର୍ମପତ୍ନୀ ତଥା ଗଞ୍ଜାମ ଜିଲା ମତ୍ସ୍ୟ କନ୍ୟା ମହିଳା ସଂଘର ସଦସ୍ୟା କେ. ସରସ୍ବତୀ । ଏ ନେଇ ସ୍ବାମୀ ଓ ସ୍ତ୍ରୀ ଉଭୟ ଖୁସି ଜାହିର କରିବା ସହିତ ଆସନ୍ତା ୧୪ ତାରିଖ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ମତ୍ସ୍ୟଜୀବୀ ନେତା କେ. ଏଲେୟା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସାନ ଆର୍ଯ୍ୟପଲ୍ଲୀ ଗ୍ରାମର କେ. ଏଲେୟା ଦୀର୍ଘ ବର୍ଷ ଧରି ମତ୍ସ୍ୟଜୀବୀ ମାନଙ୍କ ବିଭିନ୍ନ ସୁବିଧା ନିମନ୍ତେ ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପତି ଯୋଜନା ଏବଂ ନୀଳକ୍ରାନ୍ତ ଯୋଜନାକୁ ସଫଳ ରୂପାୟନ ଦେବା ନିମନ୍ତେ ମତ୍ସ୍ୟଜୀବୀ ମାନଙ୍କୁ ଗାଁ ଗାଁ ବୁଲି ସଚେତନତା କରିଛନ୍ତି । କେ. ସରସ୍ବତୀ ଗତ ୨୦୧୪, ୨୦୧୫ ଓ ୨୦୧୬ ମସିହାରେ ମତ୍ସ୍ୟଜୀବୀ ମାନଙ୍କ ନିମନ୍ତେ କାର୍ଯ୍ୟକାରଛନ୍ତି। ଏହା ସହ ହୋଇଥିବା ଆଇ ସି ଜେଡ ଏମ ପ୍ରକଳ୍ପରେ ସାମିଲ ହୋଇ ବିଭିନ୍ନ କାର୍ଯ୍ୟରେ ମାଛକୁ କିପରି ଶୁଖୁଆ କରିବା ଓ ଟେଲରିଂ କାର୍ଯ୍ୟରେ ମତ୍ସ୍ୟଜୀବୀ ମାନଙ୍କ ବିଭିନ୍ନ ସୁବିଧା ନିମନ୍ତେ କାର୍ଯ୍ୟ କରିଥିଲେ। ଆସନ୍ତା ୧୫ ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲା ୟଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ବୋଧନ ସମାରୋହରେ ସ୍ବତନ୍ତ୍ର ଅତିଥି ଭାବେ ମତ୍ସ୍ୟଜୀବୀ ଦମ୍ପତୀଙ୍କୁ ଦେଖିବାକୁ ମିଳିବ।

Share