ମହାନଦୀରେ ଭାସି ଯାଉଥିବା ବେଳେ ଜଣେ ମହିଳାଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ, ୫ କିମି ପର୍ଯ୍ୟନ୍ତ ଜୀବନ ସହ ସଂଘର୍ଷ

ପାରାଦୀପ,୮।୮(ଶରତ ରାଉତ): ପାରାଦୀପର ନେହେରୁ ବଙ୍ଗଳା ମାଛଧରା ବନ୍ଦର ପୋତାଶ୍ରୟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି। ମହିଳା ଜଣକ ଲକଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମର ଆରତୀ ଦାସ (୫୮)ବୋଲି ଜଣାପଡିଛି। ସମ୍ପୃକ୍ତ ମହିଳା ଭୂତମୁଣ୍ଡାଇ ମହାନଦୀ ପୋଲ ପାଖରେ କୌଣସି କାରଣ ବଶତଃ ପାଣିରେ ଖସି ପଡିଥିଲେ। ମହାନଦୀରେ ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁ ତାଙ୍କୁ ଭସାଇ ନେଇଯାଇଥିଲା। ପ୍ରାୟ ୫ କିମି ଭାସିଲା ପରେ ମାଛଧରାବନ୍ଦର ପୋତାଶ୍ରୟର ଦକ୍ଷିଣରେ ଥିବା ବର୍ଥ ପାଖରେ ଉବୁଟୁବୁ ହେଉଥିବା ମତ୍ସ୍ୟଜୀବୀମାନେ ଦେଖିଥିଲେ। ତାଙ୍କୁ ଉଦ୍ଧାର କରି ଗରମ ପାଣି ପିଇବାକୁ ଦେବାପରେ ସାମାନ୍ୟ କଥାବାର୍ତ୍ତା କରୁଥିଲେ ମହିଳା। ପରେ ତାଙ୍କ ଘର ଲୋକଙ୍କୁ ଖବର ଦେବାପରେ ସେମାନେ ଆସି ମହିଳାଙ୍କୁ ନେଇ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ନେଇଛନ୍ତି। ଘରେ ପାରିବାରିକ ଅଶାନ୍ତି ଯୋଗୁଁ ଏପରି ଘଟିଥିବା କୁହାଯାଇଛି।

Share