ଭୁବନେଶ୍ୱର,୨।୩: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳା ତଥା ଅବାଧରେ କରିବା ନିମନ୍ତେ ଲକ୍ଷ୍ୟ କରାଯାଇଛି। ଏଥିନିମନ୍ତେ ସମଗ୍ର ଦେଶରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ଓ ୭୫ କମ୍ପାନୀ ଫୋର୍ସ ଆଲର୍ଟ କରାଯାଇଛି।
ସେଥି ମଧ୍ୟରୁ ଶନବାର ୧୫ କମ୍ପାନୀ ଫୋର୍ସ ଓଡିଶାରେ ପହଞ୍ଚିବେ। ସେମାନଙ୍କୁ ୧୫ ଜିଲାରେ ମୁତୟନ କରାଯିବ । ଆସନ୍ତା କିଛି ଦିନ ମଧ୍ୟରେ ଆଉ ୬୦ କମ୍ପାନୀ ଫୋର୍ସ ପହଞ୍ଚିବେ ବୋଲି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି । ପରିସ୍ଥିତି ଦେଖି ଫୋର୍ସ ସଂଖ୍ୟା ଆହୁରି ବିଢ଼ପାରେ ବୋଲି ସେ କହିଛନ୍ତି ।