୫୦ ଟଙ୍କା ପାଇଁ ଲକ୍ଷେ ୨୦ ହଜାର ତଣ୍ଡ ଗଣିବେ ବିଦେଶୀ ମଦ ଦୋକାନୀ

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ):  ୫୦ଟଙ୍କା ପାଇଁ ଜଣେ ମଦ ଦୋକାନୀ ଲକ୍ଷେ ୨୦ହଜାର ଟଙ୍କା ତଣ୍ଡ ଗଣିବେ। ଖାଉଟି ଅଦାଲତଙ୍କ ଦ୍ୱାରା ରବିବାର ପ୍ରକାଶ ପାଇଥିବା ଏଭଳି ରାୟ ନୂଆପଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲା ସଦର ମହକୁମାସ୍ଥିତ ବିଜୁ ଏକ୍ସପ୍ରେସ୍‌ ଓ୍ବେ କଡରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନୀ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ନେବା ଅଭିଯୋଗରେ ଖାଉଟି ଅଦାଲତ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ମଦ ଦୋକାନୀ ସନ୍ତୋଷ କୁମାର ଗୁପ୍ତା ଦୁଇଟି ପୃଥକ୍‌ ମାମଲାରେ ଅଭିଯୋଗକାରୀଙ୍କୁ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ ନୂଆପଡ଼ା ସହରର ତୋପରାମ ରାଉତ ଓ ଗଣେଶ ଚନ୍ଦ୍ର ନାଗ ୨୦୨୩ ଏପ୍ରିଲ ୯ରେ ନୂଆପଡ଼ାସ୍ଥିତ ଗୁପ୍ତା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ଆସି ୩୭୫ ମି.ଲି.ର ଏକ ବିଦେଶୀ ମଦ (ରୟାଲ ଷ୍ଟାଗ୍‌) ବୋତଲ ମାଗିଥିଲେ। ସେଥିରେ ଏମ୍‌ଆର୍‌ପି ୩୫୦ ଟଙ୍କା ରହିଥିଲା। ହେଲେ ଦୋକାନୀ ୪୨୦ ଟଙ୍କା ଦେବାକୁ କହିଥିଲେ। ଗ୍ରାହକମାନେ ପ୍ରତିବାଦ କରିବାରୁ ଶେଷରେ ଦୋକାନୀ ଧାର୍ଯ୍ୟ ମୂଲ୍ୟଠାରୁ ୫୦ଟଙ୍କା ଅଧିକ ନେଇଥିଲେ। ଏହା ବିରୋଧରେ ଦୁଇ ଗ୍ରାହକ ଜିଲା ଅବକାରୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ନ୍ୟାୟ ନ ମିଳିବାରୁ ସେମାନେ ଜିଲା ଖାଉଟି ଅଦାଲତରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଖାଉଟି ଅଦାଲତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସଦସ୍ୟ ହଳଧର ପଧାନଙ୍କ ଖଣ୍ଡପୀଠ ମାମଲାର ବିଚାର କରି ମଦ ଦୋକାନୀ ଗୁପ୍ତାଙ୍କୁ ଦୋଷୀ ସାବ୍ୟସ୍ତ କରି ନିର୍ଦ୍ଦେଶନାମା ପାଇବାର ୩୦ଦିନ ଭିତରେ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଓ କେସ୍‌ ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ଲେଖାଏ ୨ ଅଭିଯୋଗକାରୀଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଖିଲାପ କଲେ ବାର୍ଷିକ ସୁଧ ୧୫% ଲାଗୁ ହେବ। ଏହାସହିତ ଅସୁଲି କରିଥିବା ଅଧିକ ୫୦ ଟଙ୍କାର ବାର୍ଷିକ ୧୮% ସୁଧ ହାରରେ ଫେରାଇବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ’ କଳହରୁ ଡିନାମାଇଟ ଲଗାଇ ଘର ଉଡାଇ ଦେଇଥିଲେ ସ୍ୱାମୀ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନରେ ଡିନାମାଇଟ ଦ୍ଵାରା ଘର ବିସ୍ଫୋରଣ ଘଟଣାରେ ଅଭିଯୁକ୍ତଙ୍କୁ ତଦନ୍ତକାରୀ...

ତରଭୁଜ ବୋଝେଇ ଟ୍ରକରୁ ମିଳିଲା ୧୪୦ କେଜି ଗଞ୍ଜେଇ: ମାଷ୍ଟରମାଇଣ୍ଡ ହୋମ୍‌ଗାର୍ଡ ଗିରଫ

ବାଉଁଶୁଣୀ,୧୧।୪: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମାଷ୍ଟରମାଇଣ୍ଡ ମନମୁଣ୍ଡା ଥାନା ହୋମଗାର୍ଡ ସମାରୁ ସେଠୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ...

ନୂଳକୂପରୁ ବାହାରୁଛି ଦୂଷିତ ପାଣି, ଏହାକୁ ପିଇ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ

ମୋହନା,୧୧ା୪,(ମନ୍ମଥ ମିଶ୍ର): ନଳକୂଅରୁ ବାହାରୁଛି ନାଲି ପାଣି l ସେହି ଦୂଷିତ ପାଣି ପିଇ ନାନା ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ l ଯେଉଁ ପାଣି...

୧୩୧ ବର୍ଷରେ ପହଞ୍ଚିଲା ବ୍ୟାଙ୍କ: ୧୬୦ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେଇ କଲା ରେକର୍ଡ

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ତା’ର ୧୩୧ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଶାଖା ପରିଚାଳକ...

ବାରମ୍ବାର ପାଟିରେ ଘା’ ହେଉଥିଲେ ରୁହନ୍ତୁ ସାବଧାନ! ହୋଇପାରେ ଏହି ସାଂଘାତିକ ରୋଗର ଲକ୍ଷଣ

ପାଟିରେ ଘା’ ହେବା ସାଧାରଣ କଥା, କିନ୍ତୁ କେତେକ ସମୟରେ ଏହି ଘା’ ଏକ ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ତେଣୁ ପାଟି ଘା’...

ରାଜସ୍ବ ବିଭାଗର ବଡ଼ ଆକ୍ସନ; ୧୮ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୧।୪: ରାଜ୍ୟରେ ଦୁର୍ନୀତିଗ୍ରସ୍ଥ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର। ଶତାଧିକ ପାର୍ଟ ପ୍ଲଟ୍ ବା ସବ୍‌ ପ୍ଲଟ୍ ପଞ୍ଜୀକୃତ କରାଇଥିବା ଅଧିକାରୀଙ୍କ ଉପରେ ଆକ୍ସନ...

୨୮,୩୯୦ କୋଟି ଟଙ୍କାର ମାଲିକଙ୍କୁ ମୁହଁତୋଡ଼ ଜବାବ ଦେଲେ ରାହୁଲ

ବେଙ୍ଗାଲୁରୁ,୧୧।୪: ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାସ୍ତ କରିଛି। ଏହି ବିଜୟ...

ଜାପାନ ଯିବେ ୩ ମେଧାବୀ ଛାତ୍ରୀଛାତ୍ର

ଢେଙ୍କିକୋଟ,୧୧ା୪(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍‌ରେ ଥିବା ଶିକ୍ଷାନୁଷ୍ଠାନ ଶ୍ରୀଗୁରୁକୁଳ ଇଂଲିଶ ମିଡିୟମ ସ୍କୁଲର ୩ ମେଧାବୀ ଛାତ୍ରୀଛାତ୍ର ଜାପାନ ଯିବେ। ସେମାନେ ହେଉଛନ୍ତି ୧୦ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image