ଗୋବିନ୍ଦାଙ୍କ ଗୀତରେ ଡ୍ୟାନ୍ସ କଲେ ବିଦେଶୀ ମହିଳା, ଭିଡିଓରେ ଷ୍ଟେପ୍‌ ଦେଖିଲେ…

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଏବଂ ହିନ୍ଦୀ ଗୀତର ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ହିନ୍ଦୀ ଫିଲ୍ମର ଅନେକ ଟ୍ରେଣ୍ଡ ଗୀତ ଲୋକଙ୍କୁ ଡ୍ୟାନ୍ସ କରିବାକୁ ବାଧ୍ୟ କରିଥାଏ। ଏହା କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଅନେକ ବିଦେଶୀ ସୋସିଆଲ ମିଡିଆରେ ହିନ୍ଦୀ ଗୀତରେ ସେମାନଙ୍କର ଭିଡିଓ କରୁଥିବା ଦେଖିବାକୁ ମିଳିଛି। ଏବେ ସେମିତି ଏକ ଭିଡିଓ ଜଣେ ଜର୍ମାନ ମହିଳାଙ୍କ ଦ୍ୱାରା ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଗୋବିନ୍ଦାଙ୍କ ଗୀତରେ ଡ୍ୟାନ୍ସ ଷ୍ଟେପ୍‌ କରୁଥିବା ଦେଖିବାକୁ ମିଳିଛି।

ଇନ୍‌ଷ୍ଟାଗ୍ରାମରେ ଏହି ଭାଇରାଲ ଭିଡିଓରେ ଜର୍ମାନୀ ମହିଳା ଜଣକ ଏକ କଳା ରଙ୍ଗର ଭାରତୀୟ ପୋଷାକ ପିନ୍ଧିଥିବା ବେଳେ ବହୁତ ଉତ୍ସାହର ସହ ଡ୍ୟାନ୍ସ କରୁଛନ୍ତି। ୨୦୦ରେ ବଲିଉଡ୍‌ ଫିଲ୍ମ ‘ଜୋରୁ କା ଗୁଲାମ’ ର ଏକ ଗୀତରେ ଏହି ମହିଳା ତାଙ୍କର ଡ୍ୟାନ୍ସ ଷ୍ଟେପ୍‌ କରୁଛନ୍ତି। ତାଙ୍କର ଅଭିବ୍ୟକ୍ତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଭିଡିଓ ଦେଖି ମହିଳାଙ୍କ ଡ୍ୟାନ୍ସର ନିଶ୍ଚିତ ପ୍ରଶଂସା କରିବେ।

ଏହି ଭିଡିଓକୁ ନିନା ନାମକ ଜଣେ ଜର୍ମାନ ମହିଳା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କୁ ସମ୍ପୂର୍ଣ୍ଣ ଭାରତୀୟ ଷ୍ଟାଇଲରେ ଦେଖିବାକୁ ମିଳିଛି। ଗୋବିନ୍ଦାଙ୍କ ‘ନିଚେ ଫୁଲୋଁ କି ଦୁକାନ’ ଗୀତରେ ସେ ଡ୍ୟାନ୍ସ କରୁଛନ୍ତି। ତାଙ୍କ ଷ୍ଟେପ୍‌ ଗୋବିନ୍ଦାଙ୍କ ଡ୍ୟାନ୍ସ ଷ୍ଟେପ୍‌ ସହିତ ପୂରା ମେଳ ଖାଉଛି।

ଜଣେ ୟୁଜର ଲେଖିଛନ୍ତି, ଦୟାକରି ଅନ୍‌ଲାଇନ ଡ୍ୟାନ୍ସ କ୍ଲାସ ନେବା ଆରମ୍ଭ କର।.. ମୁଁ ତୁମର ଡ୍ୟାନ୍ସ ମୁଭ୍‌ ଦ୍ୱାରା ବହୁତ ପ୍ରଭାବିତ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଓ୍ବାଓ ତୁମେ ବହୁତ ଭଲ ନାଚୁଛ। ସେହିପରି ଆଉ ଜଣେ ଲେଖିଛନ୍ତି, ତୁମେ କୌଣସି ବଲିଉଡ ହିରୋଇନଙ୍କଠାରୁ କମ୍‌ ନୁହଁ।

Share