Advertisement

ଚିଲିକା ମଝିରେ ଫସିଲା ବନବିଭାଗର ପାଟ୍ରୋଲିଂ ଡଙ୍ଗା

ପୁରୀ,୪ା୮: ପୁରୀ ଜିଲା କୃଷ୍ଣପ୍ରସାଦର ଜହ୍ନିକୁଦା ନିକଟରେ ରବିବାର ବନବିଭାଗର ଏକ ପାଟ୍ରୋଲିଂ ଗାଡ଼ି ଚିଲିକା ମଝିରେ ଫସିରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ଫସି ଯାଇଥିବା ଜଣାପଡ଼ିଛି। ଏଥିରେ ବନବିଭାଗର ୪ ଜଣ କର୍ମଚାରୀ ରହିଛନ୍ତି। ଫସିଥିବା ବନ କର୍ମଚାରୀମାନେ ଚିଲିକାର ନୂଆପଡ଼ା ବନ୍ୟପ୍ରାଣୀ ଡିଭିଜନର ଅଟନ୍ତି। ସେମାନେ ଡଲ୍‌ଫିନ୍‌ ସୁରକ୍ଷା ପାଇଁ ଚିଲିକାକୁ ଯାଇଥିଲେ। ଖବର ଲେଖାହେବା ସୁଦ୍ଧା ସେମାନେ ଉଦ୍ଧାର ହୋଇପାରିନାହାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: boatChilika