ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର ହାଉସ୍‌କିପିଂ ଟେଣ୍ଡରରେ ଅନିୟମିତତା କରାଯାଇଥିବା ଉଲ୍ଲେଖ କରାଯାଇଛି। ଏହାର ତଦନ୍ତ କରି ଟେଣ୍ଡରର ପୁନଃ ମୂଲ୍ୟାୟନ କିମ୍ବା ତାହାକୁ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ‘ଧରିତ୍ରୀ’ର ସେପ୍ଟେମ୍ବର ୨୧ ତାରିଖ ସଂସ୍କରଣରେ ଏସଂକ୍ରାନ୍ତୀୟ ଖବର ପ୍ରକାଶିତ ହେବା ପରେ ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ପକ୍ଷରୁ କଟକ ଲାଲବାଗ ଥାନାରେ ଶନିବାର ଏତଲା ଦିଆଯାଇଛି। ଏଭଳି କୌଣସି ଚିଠି କାଉନ୍‌ସିଲ୍‌ ପକ୍ଷରୁ କରାଯାଇନାହିଁ। ତେଣୁ ମିଥ୍ୟା ଚିଠି ପ୍ରେରଣ କରିବା ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଦର୍ଶାଯାଇଛି।

ବାର୍‌ କାଉନ୍‌ସିଲ ପକ୍ଷରୁ କୁହାଯାଇଛି ଯେ, ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ହାଉସ୍‌କିପିଂର ଟେଣ୍ଡର ଫିକ୍ସିଂ ଓ ଅନିୟମିତତା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନ୍‌ସିଲ୍‌ର ସମ୍ପାଦକଙ୍କ ପକ୍ଷରୁ ଦିଆଯାଇଥିବା ଚିଠି ମିଥ୍ୟା। ଏଭଳି କୌଣସି ଚିଠି କାଉନ୍‌ସିଲ ପକ୍ଷରୁ ଗତ ୧୩ ତାରିଖରେ ସମ୍ପାଦକଙ୍କ ସ୍ବାକ୍ଷର ଓ ସିଲ୍‌ ଥାଇ କରାଯାଇନାହିଁ। ରାଜ୍ୟରେ ଆଇନ ପେସା ଓ ଆଇନ ଶିକ୍ଷାକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ବୟଂକ୍ରିୟ ସଂସ୍ଥା ଭାବେ କାଉନ୍‌ସିଲ କାର୍ଯ୍ୟ କରୁଛି। ଟେଣ୍ଡର ଫିକ୍ସିଂ ପ୍ରସଙ୍ଗ କାଉନ୍‌ସିଲର ବହିର୍ଭୂତ ବ୍ୟାପାର ହୋଇଥିବାବେଳେ କେହି ମନ୍ଦ ଉଦ୍ଦେଶ୍ୟ ଏବଂ କାଉନ୍‌ସିଲ୍‌କୁ ବଦନାମ କରିବା ଉଦ୍ଦେଶ୍ୟରେ ସମ୍ପାଦକଙ୍କ ଦସ୍ତଖତ ଓ ସିଲ୍‌ ଜାଲ୍‌ କରି ବ୍ୟବହାର କରିଛନ୍ତି। ପୋଲିସ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଏତଲାରେ ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri