ଜନ୍ମଦିନରେ ଅମିରଙ୍କୁ ବଡ଼ ଉପହାର ଦେଲେ ପୂର୍ବତନ ସ୍ତ୍ରୀ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଆଜି ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଅମିକଙ୍କୁ ଜନ୍ବଦିନରେ ଏକ ଖାସ୍‌ ଉପହାର ମିଳିଛି। ଏହି ଉପହାରଟି ଦେଇଛନ୍ତି ତାଙ୍କ ପୂର୍ବତନ ସ୍ତ୍ରୀ କିରଣ ରାଓ। ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି ତଥାପି କିରଣ ଆମିରଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଏହି ଉପହାର ତାଙ୍କ ଜୀବନର ସବୁଠୁ ବଡ଼ ଉପହାର ବୋଲି କହନ୍ତି ଅମିର।
ଚଳିତ ବର୍ଷ ଜନ୍ମଦିନରେ ଅମିରଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି କିରଣ। ଏହି ଉପହାରଟି ହେଉଛି ୧୦-୧୨ ପଏଣ୍ଟର ଏକ ତାଲିକା। ଏଥିରେ ଅମିରଙ୍କ ଦୁର୍ବଳତା ଏବଂ ତ୍ରୁଟି ବିଷୟରେ ଲେଖାଯାଇଛି। କିରଣ ସେହି ତାଲିକାରେ ଏପରି କିଛି ପଏଣ୍ଟ ଲେଖିଛନ୍ତି ଯାହାକୁ ଅମିର ପଢି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ତେଣୁ ତାଙ୍କ ଜୀବନର ଶ୍ରେଷ୍ଠ ଜନ୍ମଦିନ ଉପହାର। ସେ ସଚ୍ଚୋଟ ଭାବରେ ମୋର ଦୁର୍ବଳତାକୁ କହିଥିଲେ। ସେ ମୋତେ ଯାହା କହିଥିଲେ, ଆଜି ପର୍ଯ୍ୟନ୍ତ କେହି କହି ନାହାଁନ୍ତି ବୋଲି କହିଛନ୍ତି ଅମିର।
ଆମୀର ଖାନ ଏବଂ କିରଣ ରାଓ ଗତ ବର୍ଷ ଅଲଗା ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଷେୟାର କରି ସେ ତାଙ୍କ ଅଲଗା ହେବା ବିଷୟରେ ସୂଚନା ଦେଇଥିଲେ। ବିବାହର ୧୫ବର୍ଷ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

Share