Categories: ଜାତୀୟ

ମହାରାଷ୍ଟ୍ରରେ ଭୁଷୁଡିଲା ୪ ମହଲା କୋଠା

ମୁମ୍ବାଇ,୨ ।୧୦: ମହାରାଷ୍ଟ୍ର ନାଭି ମୁମ୍ବାଇରେ ଥିବା କୋପର ଖୈରାନେ ଅଞ୍ଚଳର ବୋଙ୍କୋଡେ ଗ୍ରାମରେ ଶନିବାର ରାତି ପ୍ରାୟ ୧୦ଟା ୩୦ରେ ଏକ ୪ ମହଲା କୋଠା ଭୁଷୁଡି ପଡିଛି । ଏହି କୋଠାରେ ପ୍ରାୟ ୩୨ ଜଣ ଲୋକ ରହୁଥିବା ବେଳେ କୋଠାଟି ଭୁଷୁଡିବା ପୂର୍ବରୁ ଏମାନେ ବାହାରକୁ ଚାଲି ଆସିଥିଲେ । ବାକି ରହିଯାଇଥିବା ୮ ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିବାରୁ ବିଶେଷ କିଛି କ୍ଷତି ହୋଇ ନ ଥିବା ଜଣାପଡିଛି । ତେବେ କୋଠାଟି ପୁରୁଣା ହୋଇଥିବା କୁହାଯାଉଥିବା ବେଳେ ଉଦ୍ଧାର କାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ ପୁୁରୁଷୋତ୍ତମ ଯାଦବ ।

Share