ବନ୍ଧୁଙ୍କ ଘରେ କଳାକନା ବୁଲାଇଲା ବନ୍ଧୁ

ଭୁବନେଶ୍ୱର,୯।୮: ଖଣ୍ଡଗିରି ଥାନା ଡୁମୁଡୁମା ଫେଜ-୧ରେ ହୋଇଥିବା ଏକ ଚୋରି ଘଟଣାର ଶୁକ୍ରବାର କମିଶନରେଟ ପୋଲିସ ପର୍ଦ୍ଦାଫାଶ କରିଛି । ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କଠାରୁ ପୋଲିସ ଚୋରି ହୋଇଥିବା ୧୦୬ ଗ୍ରାମ ସୁନା ଅଳଙ୍କାର ଜବତ କରିଛି।

ହେଲେ ପୋଲିସ ଚୋରି ଘଟଣାର ଏକ ଚୋରକ ତଥ୍ୟ ସାମ୍‌ନାକୁ ଆଣିଛି। ଗିରଫ ଅଭିଯୁକ୍ତ ଜଣକ ବନ୍ଧୁଙ୍କ ଘରକୁ ଆସି କଳାକନା ବୁଲାଇଥିବା ଜଣାପଡିଛି। ସିସିଟିଭି ଫୁଟେଜରୁ ସାଙ୍ଗ ଜଣକ ଘରୁ ସୁନା ଅଳଙ୍କାର ଚୋରି କରିଥିବା ଜଣାପଡିଥିଲା। ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ଅଭିଯୁକ୍ତ ବନ୍ଧୁଙ୍କୁ ଗରଫ କରିଛି। ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Share