ବନ୍ଧୁଙ୍କ ଅନ୍ତିମ ସଂସ୍କାର ଯାଉଥିଲେ, ଓଲଟିଲା ଅଟୋ: ଜଣେ ମୃତ ୪ ଆହତ

ଜି.ଉଦୟଗିରି,୯।୧୧(ଚିନ୍ମୟ କୁମାର ସେଠୀ):ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାନବାଗେରି ଗ୍ରାମ ନିକଟରେ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପାଞ୍ଚ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ଙ୍କୁ ଜି.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ମହିଳା ଓ ତିନି ଜଣ ପୁରୁଷ ଥିବାର ଜଣା ପଡ଼ିଛି।

ସୂଚନା ଅନୁସାରେ, କିଲାକିଆରୁ ରୁଦାଙ୍ଗିଆ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ କନବାଗେରି ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଅନ୍ୟ ଅଟୋ ଯୋଗେ ସ୍ଥାନୀୟ ମେଡ଼ିକାଲ ନେଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା କରାଯାଇଥିଲା କିନ୍ତୁ ଗୁରୁତର ଆହତ ହୋଇଥିବା ସର୍ବାନନ୍ଦ ପ୍ରଧାନ (୬୧) ଓ ଦିବାକର ପ୍ରଧାନ (୩୮)ଙ୍କୁ କାର୍ଯ୍ୟରତ ଡାକ୍ତର ଫୁଲବାଣୀ ସ୍ଥାନାନ୍ତର କରିଥିଲେ। ଦୁର୍ଭାଗ୍ୟର ବିଷୟ ରୁଦାଙ୍ଗିଆ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ସର୍ବାନନ୍ଦ ପ୍ରଧାନ ଜଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ନିଜେ ଆଖି ବୁଜିଥିଲେ। ସର୍ଗତ ପ୍ରଧାନଙ୍କ ମୃତ୍ୟଖବର ପାଇ ପରିବାର ବନ୍ଧୁ ବର୍ଗଙ୍କ ସହ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ ବୁଝାମଣାରୁ ଏମ୍‌କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର,୧୩।୪(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡିକାଲରେ ଜଣେ ଫାର୍ମାସୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କାଜୁଆଲିଟିରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ...

ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା

ବଲାଙ୍ଗୀର,୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ୨ ଦିନରେ ଗଡିଛି ୨ ମୁଣ୍ଡ। ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ...

ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର: କଳ୍ପନାଙ୍କ ମଙ୍ଗଳା ଭଜନ ଉନ୍ମୋଚିତ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର ରବିବାର ସଂଧ୍ୟାରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି...

ପଶ୍ଚିମବଙ୍ଗ ପରେ ଆସାମକୁ ବ୍ୟାପିଲା ଓ୍ବକ୍‌ଫ ନିଆଁ : ବିକ୍ଷୋଭକାରୀଙ୍କ ଟେକାମାଡ଼, ପୋଲିସର ଲାଠିଚାର୍ଜ

ଗୁଆହାଟୀ,୧୩ା୪: ପଶ୍ଚିମବଙ୍ଗରେ ଲାଗିଥିବା ଓ୍ବକ୍‌ଫ ଆଇନ ବିରୋଧୀ ଆନ୍ଦୋଳନର ନିଆଁ ରବିବାର ଆସାମକୁ ବ୍ୟାପିଛି। କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ଆଇନ ବିରୋଧରେ ଆସାମର ଚମରାଗୁଡ଼ମ୍‌,...

୫ ସରପଞ୍ଚ, ୨ ସମିତି ସଭ୍ୟ, ୯ ଓ୍ବାର୍ଡ ସଭ୍ୟ ଲାଗି ହେବ ଉପନିର୍ବାଚନ

ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ୫ ପଞ୍ଚାୟତର ସରପଞ୍ଚ, ୨ ପଞ୍ଚାୟତ ସମିତିସଭ୍ୟ ଏବଂ ୯ ଓ୍ବାର୍ଡ ସଭ୍ୟ ପଦବୀ ଖାଲି ରହିଛି। ଏହି ପଦବୀଗୁଡ଼ିକ...

ଖବର ପ୍ରସାରଣ ପରେ ଗାଁରୁ ଦୂର ହେଲା ଜଳ ସଙ୍କଟ

ମୋହନା,୧୩ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଖାରିକୁଆରେ ୨୫ ପରିବାର ରହନ୍ତି। ଗ୍ରାମରେ ରହିଛି ଗୋଟିଏ ମାତ୍ର...

ପ୍ରଥମ ଥର ଶକ୍ତିଶାଳୀ ଲେଜର୍ ବେସଡ୍ ଓ୍ୱିପନ୍ ପ୍ରଦର୍ଶନ କଲା ଭାରତ, ଚମକି ପଡ଼ିଲା ବିଶ୍ୱ

ନୂଆଦିଲ୍ଲୀ,୧୩।୪: ଭାରତ ପ୍ରଥମ ଥର ପାଇଁ ଏକ ଡ୍ରୋନକୁ ଖସାଇ ଦେବା ପାଇଁ ଉଚ୍ଚ-ଶକ୍ତିଶାଳୀ ଲେଜର-ବେସଡ୍ ଓ୍ୱିପନ୍ ବ୍ୟବହାର କରି ଏକ ଭବିଷ୍ୟତରେ ଆବଶ୍ୟକ ଅସ୍ତ୍ରର...

୧୩ ଦିନିଆ ଯାତ୍ରା ସାରି ମନ୍ଦିର ଫେରିଲେ ମା’ ଦକ୍ଷିଣକାଳୀ

ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image