Categories: ଜାତୀୟ

ରାହୁଲଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ, କହିଲେ ଜଣେ ‘କୁଣ୍ଠିତ ବଂଶବାଦୀ’

ନୂଆଦିଲ୍ଲୀ,୧୫।୭: ଦେଶରେ ବିପତ୍ତି, ବିଦେଶରେ ମୋଦି। ଏହି ପ୍ରସଙ୍ଗକୁ ନେଇ ପପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ। ମଣିପୁର ଜଳୁଛି ଏଥିସହ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଥିବାବେଳେ ବୋଦିଙ୍କ ଫ୍ରାନ୍ସ ଗସ୍ତକୁ ସମାଲୋଚନା କରିଛନ୍ତି ରାହୁଲ। ତେବେ ଏନେଇ ରାହୁଲଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ ରାହୁଲଙ୍କୁ କୁଣ୍ଠିତ ବଂଶବାଦୀ କହିଛନ୍ତି।

ଇରାନୀ ଟ୍ବିଟ୍‌ କରି କହିଛନ୍ତି, ରାହୁଲ ଜଣେ ଏଭଳି ବ୍ୟକ୍ତି ଯିଏ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଆନ୍ତର୍ଜାତୀୟ ହସ୍ତକ୍ଷେପ ଚାହୁଁଛନ୍ତି। ‘ମେକ ଇନ ଇଣ୍ଡିଆ’ ଅଭିଳାଷକୁ ପ୍ରତି ଥର ଆଘାତ ଦେଉଥିବା ଜଣେ ନିରାଶ୍ରୟ ରାଜବଂଶ। ଯେତେବେଳେ ଆମ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହେଉଛନ୍ତି ସେ ଭାରତକୁ ପରିହାସ କରୁଛନ୍ତି।

ସେହିପରି ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି, ଲୋକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହେବା ପରେ ତାଙ୍କ ବଂଶବାଦର ଦ୍ୱାର ଦେଶରେ ପ୍ରତିରକ୍ଷା ଚୁକ୍ତି ପହଞ୍ଚୁ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରୁଛନ୍ତି।

Share