ମୌସୁମୀ ବର୍ଷାର ଲୁଚକାଳି ଖେଳ, ଚିନ୍ତାରେ ଚାଷୀ

ମହାକାଳପଡ଼ା,୧୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚଳିତବର୍ଷ ଜୁନ୍‌ ମାସ ତୃତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଓଡ଼ିଶା ଉପକୂଳ ଛୁଇଁଥିଲେ ମଧ୍ୟ ଆଶାନୁରୂପକ ବର୍ଷା ହେଉନାହିଁ। ଫଳରେ ସ୍ଥାନୀୟ ଚାଷୀମାନଙ୍କ ଜମିରେ ପାଣି ନ ଥିବାରୁ ତଳି ଧାନ ନଷ୍ଟହେବାକୁ ବସିଲାଣି। ଦକ୍ଷିଣ, ପଶ୍ଚିମ ମୌସୁମୀ ବାୟୁ ବର୍ଷା ସକ୍ରିୟ ହେଲେ ଏହି ଅଞ୍ଚଳରେ ଚାଷୀମାନେ ବେଉଷଣ କାମ ଆରମ୍ଭ ହେବ ବୋଲି କହିଛନ୍ତି। ଅପରପକ୍ଷରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଅଦ୍ୟାବଧି ଶୁଖିଲା ପଡ଼ିଛି। କଟକୀ ଦଳରେ ଭର୍ତ୍ତି ହୋଇଛି ଏହି ସର୍ବପୁରାତନ କେନାଲ। ଦିନ ଥିଲା ଏହି କେନାଲ ଦେଇ ବିଦେଶୀ ନାଗରିକମାନେ ବିଦେଶରୁ ଖାଦ୍ୟ ସାମଗ୍ରୀ କଟକର ମହାନଦୀ ଯୋବ୍ରା ମାଲଗୋଦାମକୁ ଯାତାୟାତ କରୁଥିଲା। ତେବେ ଏହି କେନାଲ ତା’ର ପୂର୍ବ ରୂପ ଓ ସୌନ୍ଦର୍ଯ୍ୟ ହରାଇଛି। ଅପରପକ୍ଷରେ ଏହି କେନାଲ କଟକର ମହାନଦୀ ବ୍ୟାରେଜ୍‌ ପୂର୍ବାଞ୍ଚଳ ସର୍କଲ ଜଳସେଚନ ବିଭାଗ ଅଧୀନରେ ପରିଚାଳିତ ହେଉଛି। ମିଳିଥିବା ସୂଚନା ଅନୁସାରେ, ସୋମବାର ପୂର୍ବାହ୍ନରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ କଟକ ଇଷ୍ଟର୍ନ ସର୍କଲ ମହାନଦୀ ବ୍ୟାରେଜରୁ ଆନୁଷ୍ଠାନିକ ଭାବେ କେନ୍ଦ୍ରାପଡ଼ା କେନାଲ ଓ ଜାରକା ଯାଜପୁର ହାଇ ଲେଭଲ କେନାଲରେ ଚଳିତବର୍ଷ ପ୍ରଥମ ମୌସୁମୀ ଋତୁରେ ଜଳ ନିଷ୍କାସନ କରାଯାଇଛି ବୋଲି କଟକସ୍ଥିତ ଇଷ୍ଟର୍ନ ସର୍କଲ ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ କହିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟଯନ୍ତ୍ରୀ ରଥଙ୍କୁ ପଚାରିବାରେ, ଆସନ୍ତା ୪ରୁ ୫ ଦିନ ମଧ୍ୟରେ କେନ୍ଦ୍ରାପଡ଼ା- ମାର୍ଶଘାଇ-ଜମ୍ବୁ କେନାଲ ତଳମୁଣ୍ତରେ ଜଳ ପହଞ୍ଚତ୍ବ। କେନାଲ ଜଳକୁ ଧୀରେ ଧୀରେ ନିଷ୍କାସନ କରାଯିବ। ଫଳରେ ସୁବିଧାରେ ତଳମୁଣ୍ଡରେ ଜଳ ପହଞ୍ଚତ୍ଲେ ସ୍ଥାନୀୟ ଚାଷୀମାନେ ଖରିଫ ଫସଲ ବେଉଷଣ କାମ ଆରମ୍ଭ କରିପାରିବେ ବୋଲି ସେ କହିଛନ୍ତି।
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଦକ୍ଷିଣ, ପଶ୍ଚିମ ମୌସୁମୀ ସକ୍ରିୟ ହେବ। ଫଳରେ ଭୀଷଣ ବର୍ଷା ହେବ ବୋଲି କୁହାଯାଇଛି। ତେବେ ନିଅଣ୍ଟିଆ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚଳିତବର୍ଷ ଖରିଫ ଫସଲ ଅମଳ ହେବା ନେଇ ଚିନ୍ତାରେ ଚାଷୀମାନେ ରହିଛନ୍ତି। ସେମାନଙ୍କ କହିବା କଥା ବର୍ଷାପାଣି କିମ୍ବା କେନାଲ ଜଳ ଆସିଲେ ଖରିଫ ଫସଲ ବେଉଷଣ ହେବ ବୋଲି ଜଳଧର ସ୍ବାଇଁ , ଜସବନ୍ତ ପ୍ରଧାନ , ଅନାଦି ସ୍ବାଇଁ , ସଦାଶିବ ରାଉତ , ପତିତପାବନ ସ୍ବାଇଁ , ଗୋଲେଖ ସ୍ବାଇଁଙ୍କ ପ୍ରମୁଖ ଚାଷୀ କହିଛନ୍ତିୟ
ବର୍ଷାଜଳ ଉପରମୁଣ୍ଡରୁ ନ ଆସିବାରୁ ତଳ ମହାନଦୀ , ଲୁଣା , ଗୋବରୀ ନଦୀରେ ସମୁଦ୍ର ଲୁଣିପାଣି ପ୍ରବେଶକରି ଚାଷଜମି କ୍ଷତି ପହଞ୍ଚାଉଛି ବୋଲି ଚାଷୀମାନେ କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ କେନାଲ ଜଳ ଛଡ଼ାଯାଉଛି। କେନାଲ ଜଳ ଯୋଗାଣରେ ସମସ୍ୟା ରହିବ ନାହିଁ। ସ୍ଥାନୀୟ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri