Categories: Uncategorized

ସ୍କୁଲରେ ଚାଲିଥିଲା ଖେଳ: ହଠାତ୍‌ ଅଚେତ୍‌ ହେଲେ ୩୦ ଛାତ୍ରୀ

ବାଲେଶ୍ୱର ଅଫିସ,୨୮।୧: ବାଲେଶ୍ବର ଜିଲା ସୋର ମ୍ୟୁନିସିପାଲଟିର ଥିବା ବଡ଼ଖୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖେଳ ଚାଲିଥିବା ବେଳେ ପାଖାପାଖି ୩୦ ଛାତ୍ରୀ ହଠାତ୍‌ ଅଚେତ ହୋଇ ପଡ଼ିଥିଲେ । ସମସ୍ତକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ମଧ୍ୟରୁ ୨ ଜଣଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ବିଦ୍ୟାଳୟର ଖେଳ ଶିକ୍ଷଙ୍କ ଛାତ୍ରୀମାନଙ୍କୁ ନେଇ ମ୍ୟୁଜିକ ଚେୟାର ଖେଳାଉ ଥିବା ବେଳେ ହଠାତ ଜଣେ ଛାତ୍ରୀ ଅଚେତ ହୋଇ ପଡିଥିଲା ପରେ ଅନ୍ୟମାନେ ମଧ୍ୟ ଅଚେତ ହୋଇ ପଡିଥିଲେ। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନେକ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଡିସ୍‌ଚାର୍ଜ କରାଯାଇଛି। ସମସ୍ତ ଛାତ୍ରୀ ତୃତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ରହିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ଖାଇବାପରେ ଏଭଳି ଘଟିଥିବା ସନ୍ଦେହ କରାଯାଉଛି।