ରୋଷେଇ କରୁଥିବାବେଳେ ହଠାତ୍‌ ଫାଟିଲା ଗ୍ୟାସ୍‌ ସିଲିଣ୍ଡର: ଉଡିଗଲା ଛାତ

ପାତ୍ରପୁର,୯ା୪(ଉମା ଚରଣ ନେପାକ):ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପାତ୍ରପୁର ବ୍ଲକ ଆମୁଣ୍ଡି ଗ୍ରାମରେ ସୋମବାର ସାରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଜଣଙ୍କ ଛାତ ଉଡ଼ିଯାଇଛି। ଏଥିରେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ୧୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।
ଗ୍ରାମର ପ୍ରଶାନ୍ତ ବେହେରାଙ୍କ ସ୍ତ୍ରୀ ଘରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଯିବାରୁ ସିଲିଣ୍ଡର ଫାଟି ଘରର ଛାତ ଉଡ଼ିଯାଇଥିଲା। ଛାତ ଖଣ୍ଡ ଖଣ୍ଡ ହୋଇ ଉପରେ ପଡିବାରୁ ପ୍ରଶାନ୍ତଙ୍କ ପରିବାରର ୩ ଜଣଙ୍କ ସମେତ ୧୧ ଜଣ ଆହତ ହୋଇଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ଘରେ ଲାଗିଥିବା ନିଆଁ ଲିଭାଇଥିଲେ। ସମସ୍ତ ଆହତଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଶଙ୍କର ମହାନ୍ତି, ଶ୍ରୀକାନ୍ତ ବେହେରା, ସିଦ୍ଧେଶ୍ୱର ବେହେରା ଓ ପ୍ରଶାନ୍ତ ମହାନ୍ତିଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଚିକିଟି ଡାକ୍ତରଖାନାରେ ଅମନ ପଟ୍ଟନାୟକ, ରିଙ୍କୁ ବେହେରା, ଗଣେଶ ବେହେରା, ଜଗନ୍ନାଥ ପଣ୍ଡା, ସୁଜିତ ବେହେରା, କିରଣ ବିଶୋଇ ଓ ଶିବରାମ ବେହେରା ଚିକିତ୍ସିତ ହୋଇଛନ୍ତି।