ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ

ଚାନ୍ଦବାଲି, ୬।୧୦ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଦୋସିଙ୍ଗା ପଞ୍ଚାୟତ ସାବିତ୍ରୀସରାଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଫଳରେ ଆଂଶିକ ଆସବାବପତ୍ରରେ ନିଆଁ ଲାଗିଯାଇଥିଲା। ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଧାମରା ଓ ଆଦାନୀ ପୋର୍ଟ ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା। ଆମ୍ବୁଲାନ୍ସ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାଯାଇଛି।

Share