ଖୋଲିଲା କୋରାପୁଟ କୋଲାବ ଡ୍ୟାମର ଗୋଟିଏ ଗେଟ

କୋରାପୁଟ,୧୪।୯(ଅମିତାଭ ବେହେରା ): ଶନିବାର ଅପରାହ୍ନ ୩ ଘଟିକାରେ କୋରାପୁଟ କୋଲାବ ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ୩୫୦୦ ଘନ ମିଟର ଜଳ ନିଷ୍କାସିତ ହେଉଥିବା ମୁଖ୍ୟଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର କହିଛନ୍ତି।୨୪ ଘଣ୍ଟା ପର୍ଯ୍ୟନ୍ତ ଗେଟ ଖୋଲା ରହିବ ବୋଲି ସେ କହିଛନ୍ତି। ଏଥି ପୂର୍ବରୁ ଗତ ୨୦୧୮ ମସିହାରେ ଅଳ୍ପ ସମୟ ପାଇଁ ଗେଟ ଖୋଲା ଯାଇଥିଲା । ୨୦୦୬ ମସିହାରେ ଦୁଇ ଥର ବହୁ ପରିମାଣର ଜଳ ନିଷ୍କାସନ କରାଯାଇଥିଲା ବୋଲି ସେ କହିଛନ୍ତି। ଗେଟ ଖୋଲିବା ସମୟରେ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର ଉପସ୍ଥିତ ଥିଲେ।ଗେଟ ଖୋଲିବା ସମୟରେ ପୋଲ ନିକଟରେ ଲୋକମାନଙ୍କର ଭିଡ଼ ହୋଇଥିଲା। ଏବଂ ଲୋକମାନେ ମୋବାଇଲରେ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା।

ସୂଚନା ଥାଉକି ଯେ କୋରାପୁଟର ମେଗା ଡ୍ୟାମ କୋଲାବ ବିପଦ ସଂକେତ ତେଳେ କୋଲାବ ଜଳଭଣ୍ଡାରର ଜଳ ସ୍ତର ପହଞ୍ଚି ଥିବାବେଳେ ପୂର୍ବରୁ ଶନିବାର ଦିନ କେଉଁ ମୁହୂର୍ତ୍ତରେ ଜଳଭଣ୍ଡାରରୁ ଜଳ ଛଡ଼ାଯିବ ସେଥିନେଇ ବିଭାଗୀୟ କର୍ତ୍ତୃପକ୍ଷ ସମସ୍ତ ଜନ ସାଧାରଣ ଓ ଜିଲା ପ୍ରଶାସନଙ୍କୁ ଜଣାଇଛନ୍ତି , କୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ୮୫୮ ମିଟର ରହିଥିବା ବେଳେ ଆଜି ଜଳସ୍ତର ୮୫୭. ୧୨ ମିଟରରେ ପହଞ୍ଚି ପାରିଛି , ଆଗକୁ ପୁଣି ବଢିବାର ଆଶଙ୍କା ଥିବାରୁ ଜଳଭଣ୍ଡାର ର ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ଜଳ ଛାଡିବା ପାଇଁ ବାଧ୍ୟ ହେଉଛନ୍ତି। ଏଣୁ ଆଜି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କୋରାପୁଟ, ନବରଙ୍ଗପୁର , ମାଲକାନାଗିରି ଓ ଦଣ୍ଟେୱାଡା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଡାକବାଜି ଯନ୍ତ୍ର ସହାର୍ଯ୍ୟରେ ତଳିଆ ଅଞ୍ଚଳ ର ସମସ୍ତ ଜନସାଧାରଣଙ୍କୁ ଜଣାଇଛନ୍ତି , ଏବଂ ଏଥିପ୍ରତି ଦୃଷ୍ଟି ଦେଇ ଆଜି ୧୪ ତାରିଖ ଦିନ ଗୃହପାଳିତ ପଶୁ କିମ୍ବା ଜନସାଧାରଣ ତଳ ଅଞ୍ଚଳ ରେ ନଦୀକୁ ନଯିବା , ନଦୀଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ଗୋଟିଏ ଗେଟ ମାଧ୍ୟମରେ ଛାଡିବାକୁ କର୍ତ୍ତୃପକ୍ଷ ନିଷ୍ପତି ନେଇଥିଲେ ବୋଲି ଆର କେ ବେହେରା ପ୍ରକାଶ କରିଥିଲେ।