ତ୍ୱଚାପାଇଁ ବରଦାନ ଚିନାବାଦାମ

ଚିନା ବାଦାମରେ ରହିଛି ଭରପୂର
ମାତ୍ରାରେ ପ୍ରୋଟିନ୍‌, ମ୍ୟାଗ୍ନେସିୟମ୍‌, ଫାଇବର୍‌,
ଓମେଗା-୩, ଓମେଗା-୬ ଫ୍ୟାଟି ଏସିଡ୍‌, ଭିଟାମିନ୍‌-ଇ, ପୋଟାସିୟମ୍‌, ଜିଙ୍କ୍‌, କ୍ୟାଲ୍‌ସିୟମ ଇତ୍ୟାଦି ପୋଷକ ତତ୍ତ୍ୱ; ଯାହା କି ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ମଧ୍ୟ ବେଶ୍‌ ଉପଯୋଗୀ। ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ଏହାକୁ ବ୍ୟବହାର କରିବାର
କେତୋଟି ସହଜ ଉପାୟ…

ସ୍କିନ୍‌କୁ ରଖେ ଚିକ୍କଣ ଓ ନରମ: ବାଦାମରେ ଭିଟାମିନ୍‌-ଇ ଥିବାରୁ ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଏହା ଚର୍ମକୁ ପୋଷଣ ଯୋଗାଇବା ସହ ନରମ ଏବଂ ଚିକ୍କଣ ରଖିଥାଏ। ଏହାର ତେଲ ଲଗାଇବା ଦ୍ୱାରା ସୂଯର୍‌ୟକିରଣ ଯୋଗୁ ହେଉଥିବା ଟ୍ୟାନିଂ ଭଳି ସମସ୍ୟା ଦୂର ହୋଇଥାଏ। ଏହା ଚର୍ମକୁ ବ୍ରଣମୁକ୍ତ ରଖି କୋମଳତା ପ୍ରଦାନ କରିଥାଏ। କୁହାଯାଏ, ଇଜିପ୍ଟର ରାଣୀ କ୍ଲିଓପାଟ୍ରା ମଧ୍ୟ ତାଙ୍କ ଖାଦ୍ୟରେ ଏହାକୁ ସାମିଲ କରିବା ସହ ଚର୍ମକୁ ଚିକ୍କଣ ରଖିବା ପାଇଁ ଏହାକୁ ବ୍ୟବହାର କରୁ୍‌ଥିଲେ।
କେଶକୁ ରଖେ ମଜଭୁତ: ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍‌ ଥିବାରୁ ଏହା ଶରୀରର ଚମକ ବଢ଼ାଇଥାଏ। ମୁଣ୍ଡ ଏବଂ ଶରୀରର ବିଭିନ୍ନ ଅଂଶକୁ ମସାଜ୍‌ କରିବା ପାଇଁ ଚିନାବାଦାମ ତେଲକୁ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ଚର୍ମ ପୁଷ୍ଟିକର ତେଲ ଶୋଷଣ କରିପାରେ। ବିଶେଷ କରି କେଶ ମୂଳରେ ଏହି ତେଲ ମସାଜ କରିବା ଦ୍ୱାରା ରକ୍ତ ପ୍ରବାହ ଭଲ ହେବା ସହିତ କେଶ ଲମ୍ବା ଏବଂ ମଜଭୁତ ହୋଇଥାଏ। ଏହା କେଶ ପାଚିବା, ଝଡ଼ିବା, ଫାଟିବା ଆଦି ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ଦୂରାଏ ଆଖି ତଳର କଳାଦାଗ: ଆଖି ତଳ କଳା ଦାଗ, ଆଖି କୁଣ୍ଡେଇ ହେବା ଭଳି ସମସ୍ୟା ଦୂର କରିବା ଲାଗି ଚିନାବାଦାମ ବେଶ୍‌ ଉପଯୋଗୀ। ଏଥିରେ ଥିବା ଅଧିକ ପରିମାଣର ଓମେଗା ଫ୍ୟାଟି ଏସିଡ୍‌ ଓ ଖଣିଜ ଲବଣ ଦୃଷ୍ଟି ଶକ୍ତି ବଢ଼ାଇଥାଏ।
ଆଖିପତା ଉପରେ ଏହାର ତେଲ ଲଗାଇ ଧୀରେ ଧୀରେ ମସାଜ କରିବା ଦ୍ୱାରା ଆମକୁ ଦିନ ଯାକର ଚାପରୁ ମଧ୍ୟ ମୁକ୍ତି ମିଳେ।