ବିଳାସପୂର୍ଣ୍ଣ କାର ନିର୍ମାତାଙ୍କ ପାର୍ବଣ ଉପହାର

ଭୁବନେଶ୍ୱର,୩୦।୯: ଚଳିତ ପାର୍ବଣ ପୂର୍ବରୁ ବିଳାସପୂର୍ଣ୍ଣ କାର ର୍ନିମାତାଗୁଡିକଙ୍କ ପକ୍ଷରୁ ଫେଷ୍ଟିଭ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ପାର୍ବଣ ଋତୁରେ ଗାଡି ବ୍ରିକି ବୃଦ୍ଧି ପାଇଁ ଆକର୍ଷଣୀୟ ଅଫର ଓ ଆଖିଦୃଶିଆ ଇଏମଆଇ ଭଳି ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ବ୍ୟାପକ ପାର୍ବଣ ଉପହାର ମଧ୍ୟ ପ୍ରଦାନ ପାଇଁ ଯୋଜନା କରିଛନ୍ତି। ଅପରପକ୍ଷରେ ବିଳାସପୂର୍ଣ୍ଣ କାର ବ୍ରାଣ୍ଡ ଗୁଡିକର ବିକ୍ରି ମାନ୍ଦା ପଡିଯାଇଥିଲାବେଳେ ବ୍ରିକି ଅଭିବୃଦ୍ଧିରେ ସୁଧାର ଆଣିବା ପାଇଁ ଏଭଳି ଏକ ଆକର୍ଷଣୀୟ ଅଫର ଆଶାୟୀ ଗ୍ରାହକମାନଙ୍କୁ ଯୋଗାଇ ଦେବାକୁ ବିଳାସପୂର୍ଣ୍ଣ କାର କମ୍ପାନୀଗୁଡିକ ପକ୍ଷରୁ ଯୋଜନା କରାଯାଇଥିତ୍ବା ଅଟୋ ଶିଳ୍ପ ପକ୍ଷରୁ ଆକଳନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଅଡି, ମର୍ସିଡିଜ, ବିଏମଡବ୍ଲ୍ୟୁ ଭଳି ଭାରତର ବିଳାସପୂର୍ଣ୍ଣ କାର ବଜାରର ପ୍ରମୁଖ ଲିଡରମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଉପରୋକ୍ତା ଯୋଜାନା କରିଛନ୍ତି।
ସେହିଭଳି ଅଡି ଇଣ୍ଡିଆର ମୁଖ୍ୟ ବଲବୀର ସିଂହ ଧୀଲନ କହିଥିଲେ, ଆମେ ଏହି ପାର୍ବଣରେ ଆକର୍ଷଣୀୟ ଅଫର ସାଙ୍ଗକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛୁ। ଏପରିକି ୧୦୦ ଦିନିଆ ଅଭିଯାନରେ ଏକ ଲକ୍ଷ ଗାଡି ବିକ୍ରି କରିବାକୁ ଆକଳନ କରିଛୁ। ଏପରିକି ବ୍ରାଣ୍ଡର ଲୋକପ୍ରିୟ ମଡେଲଗୁଡିକ ଉପରେ ଆକର୍ଷଣୀୟ ଅଫର, ରିହାତି ଓ ଉପହାର ଭଳି ଅନେକ ସୁବିଧା ଯୋଗାଇ ଦିଆଯିବ।
ସେହିପରି ମର୍ସିଡିଜ ବେଞ୍ଚ ଇଣ୍ଡିଆର ଏମଡି ତଥା ସିଇଓ ସନ୍ତୋଷ ଆୟାର କହିଥିଲେ, ଆମେ ଆମର ସ୍ବତନ୍ତ୍ର ଅଭିଯାନ ‘ଡିଡିସି’ ଜରିଆରେ ଆଶାୟୀ ଗ୍ରାହକଙ୍କୁ ଆକର୍ଷଣୀୟ ଉପହାର ଓ ସୁବିଧା ପ୍ରଦାନ କରୁଛୁ।

ଭାରତରେ କଲିନାନ୍‌ ସିରିଜ୍‌-୨ର ଶୁଭାରମ୍ଭ

ବିଶ୍ୱର ପ୍ରିମିୟମ କାର୍‌ ବ୍ରାଣ୍ଡ୍‌ ରୋଲ୍‌ସ-ରୟସ୍‌ ମୋଟର କାର୍‌ସ (ଆର୍‌ଆର୍‌ଏମ୍‌ସି)ର ବହୁ ପ୍ରତୀକ୍ଷିତ ମଡେଲ ତଥା କଲିନାନ୍‌ ସିରିଜ ୨ର ଅନାବରଣ ହୋଇଥିଲାବେଳେ ଭାରତରେ ଏହାର ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏପରିକି ଭାରତର କଲିନାନ୍‌ ସିରିଜ୨ର ଶୁଭାରମ୍ଭ ଏସିଆ-ପାସିଫିକ ଅଞ୍ଚଳରେ ବ୍ରାଣ୍ଡ୍‌ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାର ପ୍ରତିନିଧିତ୍ୱ କରୁଛି ବୋଲି ଆର୍‌ଆର୍‌ଏମ୍‌ସିର ଏସିଆ-ପାସିଫିକ୍‌ ରିଜିଓନାଲ ଡାଇରେକ୍ଟର ଇରେନ ନିକ୍କିନ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ୨୦୧୮ରେ ଏହାର ପ୍ରଥମ ଶୁଭାରମ୍ଭ ପରଠାରୁ ଏହି ଉଲ୍ଲେଖନୀୟ ମୋଟର କାର୍‌ ଯୁବପିଢ଼ି ଓ ଗ୍ରାହକଙ୍କ ଅଧିକ ବିବିଧ ଗୋଷ୍ଠୀକୁ ଆକର୍ଷିତ କରିଛି ଏବଂ ଆଜି କଲିନାନ ହେଉଛି ଏହି ସିରିଜର ପୋର୍ଟଫୋଲିଓରେ ସର୍ବାଧିକ ଚାହିଦା ଥିବା ରୋଲ୍‌ସ-ରୟସ୍‌ କାର୍‌ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଜିଆଇର ଏମ୍‌ଏସ୍‌ ଧୋନି ସିଗ୍‌ନେଚର କଲେକ୍ସନ

ଭୁବନେଶ୍ୱର,୩୦।୯: ପ୍ଲାଟିନମ ଗିଲ୍‌ଡ ଇଣ୍ଟରନ୍ୟାଶନାଲ ବା ପିଜିଆଇ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ସୁକ୍ଷ୍ମ କାରିଗରିରେ ନିର୍ମିତ ମେନ୍‌ ଅଫ ପ୍ଲାଟିନମ୍‌ ଏମ୍‌ଏସ୍‌ ଧୋନି ସିଗ୍‌ନେଚର...

ଅଲ୍‌ ଓଡ଼ିଶା ସେଲ୍ଫ୍‌ ଫାଇନାନ୍‌ସିଂ କଲେଜ ସଂଘର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦।୯ (ଅଭୟ ଦାଶ): ଅଲ୍‌ ଓଡ଼ିଶା ସେଲ୍ଫ୍‌ ପାଇନାନ୍‌ସିଂ କଲେଜର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରର ହୋଟେଲ୍‌ ପୁଷ୍ପକ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭା...

ଟିବିବିଡି-୨୪ ପ୍ରାରମ୍ଭରେ ୩୩ କୋଟିରୁ ଅଧିକ ଉପଭୋକ୍ତା ପରିଦର୍ଶନ

ଭୁବନେଶ୍ୱର,୩୦।୯: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ‘ଫ୍ଲିପ୍‌କାର୍ଟ’ର ବହୁ ପ୍ରତୀକ୍ଷିତ ଦ ବିଗ୍‌ ବିଲିୟନ ଡେଜ୍‌ (ଟିବିବିଡି)ର ୧୧ତମ ସଂସ୍କରଣ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଫ୍ଲିପ୍‌କାର୍ଟ...

ୟୁଏସ୍‌ ପୋଲୋର ନୂତନ ଆଉଟଲେଟ

ଭୁବନେଶ୍ୱର,୩୦।୯: ଭାରତର ଅଗ୍ରଣୀ କାଜୁଆଲ୍‌ ଓୟାର ବ୍ରାଣ୍ଡ୍‌ ତଥା ବିଶ୍ୱପ୍ରସିଦ୍ଧ ୟୁନାଇଟେଡ୍‌ ଷ୍ଟେଟ୍ସ ପୋଲୋ ଆସୋସିଏଶନ୍‌ (ୟୁଏସ୍‌ପିଏ)ର ରିଟେଲ ଚେନ ୟୁଏସ୍‌ ପୋଲୋ ଆସୋସିଏଶନ ବା...

ଜଳ ସଂରକ୍ଷଣରେ ଉଦାହରଣ ପାଲଟିଛି ପାରସତରାଇ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇ ଚାଲିଥିବାବେଳେ ଏହା ଏକ ବୈଶ୍ୱିକ ସମସ୍ୟାରେ ପରିଣତ ହୋଇଛି। ଏପରି ସ୍ଥିତିରେ ଛତିଶଗଡ଼ ଧାମତାରୀ ଜିଲାର...

ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରୁ କଟକଣା ହଟିଲା

ଭୁବନେଶ୍ୱର,୨୯।୯(ଅନୁରାଧା ମହାରଣା): ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ଲଗାଇଥିବା କଟକଣା ଶନିବାର ହଟାଇଦିଆଯାଇଛି। ତେବେ ଟନ୍‌ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ...

ଲକ୍ଷେ ଟପିଲା ରୁପା ଦର

ଭୁବନେଶ୍ୱର,୨୮।୯: (ଅଭୟ ଦାଶ): ପାର୍ବଣ ପୂର୍ବରୁ ପାରମ୍ପରିକ ଅଳଙ୍କାରଠାରୁ ମୂଲ୍ୟବାନ୍‌ ଗହଣାର ଦାମ୍‌ ରେକର୍ଡସ୍ତରରେ ପହଞ୍ଚତ୍ଛି। ଏପରିକି ଉଭୟ ଜାତୀୟ ଓ ଘରୋଇ ବଜାରରେ ସୁନା ଦର...

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୮।୯: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri