ଭୁବନେଶ୍ୱର,୩୦।୯: ଚଳିତ ପାର୍ବଣ ପୂର୍ବରୁ ବିଳାସପୂର୍ଣ୍ଣ କାର ର୍ନିମାତାଗୁଡିକଙ୍କ ପକ୍ଷରୁ ଫେଷ୍ଟିଭ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ପାର୍ବଣ ଋତୁରେ ଗାଡି ବ୍ରିକି ବୃଦ୍ଧି ପାଇଁ ଆକର୍ଷଣୀୟ ଅଫର ଓ ଆଖିଦୃଶିଆ ଇଏମଆଇ ଭଳି ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ବ୍ୟାପକ ପାର୍ବଣ ଉପହାର ମଧ୍ୟ ପ୍ରଦାନ ପାଇଁ ଯୋଜନା କରିଛନ୍ତି। ଅପରପକ୍ଷରେ ବିଳାସପୂର୍ଣ୍ଣ କାର ବ୍ରାଣ୍ଡ ଗୁଡିକର ବିକ୍ରି ମାନ୍ଦା ପଡିଯାଇଥିଲାବେଳେ ବ୍ରିକି ଅଭିବୃଦ୍ଧିରେ ସୁଧାର ଆଣିବା ପାଇଁ ଏଭଳି ଏକ ଆକର୍ଷଣୀୟ ଅଫର ଆଶାୟୀ ଗ୍ରାହକମାନଙ୍କୁ ଯୋଗାଇ ଦେବାକୁ ବିଳାସପୂର୍ଣ୍ଣ କାର କମ୍ପାନୀଗୁଡିକ ପକ୍ଷରୁ ଯୋଜନା କରାଯାଇଥିତ୍ବା ଅଟୋ ଶିଳ୍ପ ପକ୍ଷରୁ ଆକଳନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଅଡି, ମର୍ସିଡିଜ, ବିଏମଡବ୍ଲ୍ୟୁ ଭଳି ଭାରତର ବିଳାସପୂର୍ଣ୍ଣ କାର ବଜାରର ପ୍ରମୁଖ ଲିଡରମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଉପରୋକ୍ତା ଯୋଜାନା କରିଛନ୍ତି।
ସେହିଭଳି ଅଡି ଇଣ୍ଡିଆର ମୁଖ୍ୟ ବଲବୀର ସିଂହ ଧୀଲନ କହିଥିଲେ, ଆମେ ଏହି ପାର୍ବଣରେ ଆକର୍ଷଣୀୟ ଅଫର ସାଙ୍ଗକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛୁ। ଏପରିକି ୧୦୦ ଦିନିଆ ଅଭିଯାନରେ ଏକ ଲକ୍ଷ ଗାଡି ବିକ୍ରି କରିବାକୁ ଆକଳନ କରିଛୁ। ଏପରିକି ବ୍ରାଣ୍ଡର ଲୋକପ୍ରିୟ ମଡେଲଗୁଡିକ ଉପରେ ଆକର୍ଷଣୀୟ ଅଫର, ରିହାତି ଓ ଉପହାର ଭଳି ଅନେକ ସୁବିଧା ଯୋଗାଇ ଦିଆଯିବ।
ସେହିପରି ମର୍ସିଡିଜ ବେଞ୍ଚ ଇଣ୍ଡିଆର ଏମଡି ତଥା ସିଇଓ ସନ୍ତୋଷ ଆୟାର କହିଥିଲେ, ଆମେ ଆମର ସ୍ବତନ୍ତ୍ର ଅଭିଯାନ ‘ଡିଡିସି’ ଜରିଆରେ ଆଶାୟୀ ଗ୍ରାହକଙ୍କୁ ଆକର୍ଷଣୀୟ ଉପହାର ଓ ସୁବିଧା ପ୍ରଦାନ କରୁଛୁ।
ଭାରତରେ କଲିନାନ୍ ସିରିଜ୍-୨ର ଶୁଭାରମ୍ଭ
ବିଶ୍ୱର ପ୍ରିମିୟମ କାର୍ ବ୍ରାଣ୍ଡ୍ ରୋଲ୍ସ-ରୟସ୍ ମୋଟର କାର୍ସ (ଆର୍ଆର୍ଏମ୍ସି)ର ବହୁ ପ୍ରତୀକ୍ଷିତ ମଡେଲ ତଥା କଲିନାନ୍ ସିରିଜ ୨ର ଅନାବରଣ ହୋଇଥିଲାବେଳେ ଭାରତରେ ଏହାର ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏପରିକି ଭାରତର କଲିନାନ୍ ସିରିଜ୨ର ଶୁଭାରମ୍ଭ ଏସିଆ-ପାସିଫିକ ଅଞ୍ଚଳରେ ବ୍ରାଣ୍ଡ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାର ପ୍ରତିନିଧିତ୍ୱ କରୁଛି ବୋଲି ଆର୍ଆର୍ଏମ୍ସିର ଏସିଆ-ପାସିଫିକ୍ ରିଜିଓନାଲ ଡାଇରେକ୍ଟର ଇରେନ ନିକ୍କିନ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ୨୦୧୮ରେ ଏହାର ପ୍ରଥମ ଶୁଭାରମ୍ଭ ପରଠାରୁ ଏହି ଉଲ୍ଲେଖନୀୟ ମୋଟର କାର୍ ଯୁବପିଢ଼ି ଓ ଗ୍ରାହକଙ୍କ ଅଧିକ ବିବିଧ ଗୋଷ୍ଠୀକୁ ଆକର୍ଷିତ କରିଛି ଏବଂ ଆଜି କଲିନାନ ହେଉଛି ଏହି ସିରିଜର ପୋର୍ଟଫୋଲିଓରେ ସର୍ବାଧିକ ଚାହିଦା ଥିବା ରୋଲ୍ସ-ରୟସ୍ କାର୍ ବୋଲି କୁହାଯାଉଛି।