Categories: ଫୁରସତ

ଡ୍ୟାନ୍ସ କରୁକରୁ ପଡ଼ିଗଲେ କୁନିଝିଅ, ପରେ ଯାହା ହେଲା ଭିଡିଓ ଦେଖିଲେ…

ଦୁନିଆରେ ପ୍ରତିଭାର ଅଭାବ ନାହିଁ। ଲୋକମାନେ ପ୍ରତ୍ୟେକ କୋଣରେ ନିଜ ଭିତରେ ପ୍ରତିଭା ଲୁଚାଇ ବସିଛନ୍ତି। ସୋସିଆଲ ମିଡିଆ ଯୋଗୁ ଏହି ପ୍ରତିଭାମାନେ ଆଗକୁ ଆସିବାର ସୁଯୋଗ ପାଇଛନ୍ତି। ଅନେକ ଲୋକ ଅଛନ୍ତି, ଯେଉଁମାନେ କେବଳ ସୋସିଆଲ ମିଡିଆ ଯୋଗୁ ପ୍ରସିଦ୍ଧ ହୋଇଛନ୍ତି। ଏହି ଯେମିତି ରାନୁ ମଣ୍ଡଳ। ସୋସିଆଲ ମିଡିଆ ପାଇଁ ତାଙ୍କର ପରିଚୟ ସୃଷ୍ଟି ହୋଇଥିଲା। ଏହା ପରେ ଜଣଙ୍କ ପରେ ଜଣେ ନିଜର ପ୍ରତିଭା ଦେଖାଇବା ପାଇଁ ସୋସିଆଲ ମିଡିଆକୁ ବାଛି ନେଇଛନ୍ତି।

ନିକଟରେ ଏକ କୁନି ଝିଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କୁନି ଝିଅ ଜଣଙ୍କ କେଶ ମୁକୁଳା କରି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଡ୍ୟାନ୍ସ କରିବା ସମୟରେ ହଠାତ୍‌ ତାଙ୍କ ଗୋଡ଼ ଖସିଗଲା ଆଉ ସେ ତଳେ ପଡ଼ିଗଲେ। ଏହା ପରେ କୁନିଝିଅ ପୁଣି ଥରେ ଉଠି ନାଚିବା ଆରମ୍ଭ କଲେ। କିନ୍ତୁ ସେ ତା’ଙ୍କ ପିଠିକୁ ବୁଲାଇବା ମାତ୍ରେ ପ୍ରବଳ ଯନ୍ତ୍ରଣା ଅନୁଭବ କରି କାନ୍ଦିବାକୁ ଲାଗିଲେ।

ଭିଡିଓ ଶେୟାର ହେବା ମାତ୍ରେ ସଙ୍ଗେ ସଙ୍ଗେ ତୀବ୍ର ବେଗରେ ଭାଇରାଲ ହୋଇଛି। ଝିଅଙ୍କ ଡ୍ରେସ ଖରାପ ହେବା ସହ ଯନ୍ତ୍ରଣା ମଧ୍ୟ ଅନୁଭବ କରିଥିଲେ। ଅନେକ ଲୋକ ଝିଅଙ୍କୁ ସାନ୍ତ୍ୱନା ଦେବାବେଳେ ତା’ଙ୍କ ଡ୍ୟାନ୍ସକୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, କାନ୍ଦିବା ବନ୍ଦ କର। ତୁମର ଡ୍ୟାନ୍ସ କମାଲ କରିଛି। ଦାଗ ଭଲ ବୋଲି ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି। ଅନେକେ ହସିବା ବନ୍ଦ ନ କରିପାରୁନାହାନ୍ତି ବୋଲି ଲେଖିଛନ୍ତି। ଏହି ଭିଡିଓ ଏପର୍ଯ୍ୟନ୍ତ ଲକ୍ଷାଧିକ ଥର ଦେଖାସରିଲାଣି।

Share