Categories: ଫୁରସତ

ବିଶାଳକାୟ ଅଜଗରକୁ କୋଳରେ ଧରି ଗେମ୍‌ ଖେଳୁଛି ଝିଅ, ଭିଡିଓ ଦେଖିଲେ…

ଅଧିକାଂଶ ଲୋକ ସାପ ନାଁ ଶୁଣିଲେ ବି ଡରି ଯାଆନ୍ତି, ଦେଖିବା ତ ଦୂରର କଥା। କିନ୍ତୁ ଜଣେ ଝିଅ ଏକ ବିରାଟ ଅଜଗରକୁ କୋଳରେ ନେଇ ଆରାମରେ ବସି ମୋବାଇଲରେ ଗେମ୍‌ ଖେଳୁଛି। ଯାହା ଦେଖିଲେ ଭୟରେ ଲୋମ ଟାଙ୍କୁରି ଉଠିବ।

ସ୍ନେକ୍‌ ଓ୍ବାଲର୍‌ଡ ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଝିଅଟି ସାପକୁ ଏତେ ମାତ୍ରାରେ ଭଲ ପାଉଛି ଯେ, ନିଜେ ଏକ ଚେୟାର ଉପରେ ବସି କୋଳରେ ଅଜଗରକୁ ଧରିଛି। ତଥାପି ସେ ଭୟଭୀତ କି ବିଚଳିତ ହେଉନାହିଁ। ଏକଧ୍ୟାନରେ ବସି ମୋବାଇଲ୍‌ରେ ଗେମ୍‌ ଖେଳୁଛି। ଏହି ଭିଡିଓ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଜଣେ ୟୁଜର କହିଛନ୍ତି, ତୁମେ କ’ଣ ଭାବୁଛ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଭୟ ନାହିଁ। ଅନ୍ୟ ଜଣେ ୟୁଜର କହିଛନ୍ତି ସେ ଅଜଗର ବୋଧେ ପାଳିଛନ୍ତି।

Share