ସକାଳୁ ନିତ୍ୟକର୍ମ ପରେ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍ ପାଣିରେ କିଛି ମିଶ୍ରି ଖଣ୍ଡ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ସନ୍ତାନହୀନତା ଓ କାଶରୁ ମୁକ୍ତି ମିଳିଥାଏ । ଏହା ମସ୍ତିଷ୍କର ସ୍ମୃତି ଶକ୍ତି ପ୍ରଖର ହୋଇଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି। ନିୟମିତ ମିଶ୍ରି ପାଣି ପିଇଲେ ଶରୀରରେ ଶର୍କରାର ଅଭାବ ପୂରଣ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ । ଏହି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରିଥାଏ। ସେହିପରି ରକ୍ତଚାପ, ହରମୋନସ୍ତର ନିୟନ୍ତ୍ରଣ, ଉଜ୍ଜ୍ୱଳ ତ୍ୱଚା ତଥା ବିଭିନ୍ନ ତଣ୍ଟିଗତ ସମସ୍ୟାର ନିରାକରଣ କରିଥାଏ।