Categories: ଖେଳ

ଭାରତ ବିପକ୍ଷରେ ଗୋଲ୍‌ ଦେଲେ ଭାରତୀୟ ବଂଶୋଦ୍ଭବ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପରେ ଆମେରିିକା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି ଭାରତୀୟ ବଂଶୋଦ୍ଭବ ମିଆ ଭୁତା। ତାଙ୍କ ବାପା ଗୁଜରାଟର ରାଜକୋଟର ଜନ୍ମଗ୍ରହଣ କରିଥିଲେ। ଟେନିସ ପ୍ରତି ଆଗ୍ରହ ଏବଂ ଉଚ୍ଚଶିକ୍ଷା କରିବା ପାଇଁ ମିଆଙ୍କ ବାପା ଆମେରିକା ଯାଇ ସେଠାରେ ରହି ଯାଇଥିଲେ। ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପରେ ନିଜ ଦେଶ ଭାରତ ବିପକ୍ଷରେ ଖେଳିବା ତାଙ୍କର ସ୍ବପ୍ନ ରହିଛି ବୋଲି ଭୁତା ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ। ଭାରତରେ ଅଧିକରୁ ଅଧିକ ବାଳିକା ଫୁଟବଲ ପ୍ରତି ଆକୃଷ୍ଟ ହେଲେ ସେ ଖୁସି ହେବେ ବୋଲି ପ୍ରକାଶ କରିଥିଲେ। ମଙ୍ଗଳବାର ସେ ଷ୍ଟାର୍ଟିଂ ଇଲେଭେନରେ ନ ଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ବଦଳ ଖେଳାଳିଭାବେ ଆସି ୬୨ତମ ମିନିଟରେ ଦଳ ପକ୍ଷରୁ ୮ମ ଗୋଲଟି ସ୍କୋର କରିଥିଲେ। ୧୦ ନମ୍ବର ଜର୍ସି ପରିହିତ ଭୁତା ତମତ୍କାର ଖେଳ ମଧ୍ୟ ପ୍ରଦର୍ଶନ କରିଥିଲେ।

Share