ଗଲ୍ଫ ଖେଳାଳିରୁ ନାୟିକା

ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଜଲଓ୍ବା କାୟମ କରିଛନ୍ତି। ଅଭିନୟ, ଗ୍ଲାମରଠାରୁ ଆରମ୍ଭ କରି କଥା କହିବା ପର୍ଯ୍ୟନ୍ତ ସେ ସବୁକିଛି ଆଗରେ ଅଛନ୍ତି । ଖୁବ କମ ସମୟ ମଧ୍ୟରେ ପ୍ରଶଂସକଙ୍କ ହୃଦୟରେ ରକୁଲ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ହେଲେ ଏହି ସଫଳତା ପାଇଁ ତାଙ୍କୁ ଆରମ୍ଭରେ ବହୁତ ସଂଘର୍ଷ କରିବାକୁ ପଡିଥିଲା। କୌଣସି ଗଡଫାଦର ବିନା ରକୁଲ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ହାଇଏଷ୍ଟ ପେଡ ଆକ୍ଟ୍ରେସମାନଙ୍କ ମଧ୍ୟରେ ସାମିଲ ଅଛନ୍ତି। ଏହା ବ୍ୟତୀତ ତାଙ୍କର ଅଭିନୟ ଦକ୍ଷତା ପାଇଁ ମଧ୍ୟ ସେ ପ୍ରଶଂସିତ। ଅକ୍ଟୋବର ୧୦ରେ ରାକୁଲ ତାଙ୍କର ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି ନାୟିକା।
ରକୁଲ ଦିଲ୍ଲୀର ବାସିନ୍ଦା। ସେ ଏକ ପଞ୍ଜାବୀ ପରିବାରରେ ଜନ୍ମ ନେଇଥିଲେ। ପିଲାଦିନରୁ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିଲେ। ସେଥିପାଇଁ ସେ ଇଣ୍ଡଷ୍ଟ୍ରି ବିଷୟରେ ସବୁକଥା ଜାଣିବ ବି ମନୋରଞ୍ଜନ ଦୁନିଆରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମଡେଲିଂରୁ ସେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ ମିସ ଇଣ୍ଡିଆ ୨୦୧୧ ରେ ପଞ୍ଚମ ରନର୍‌ ଅପ ହୋଇଥିଲେ। ମୁମ୍ବାଇ ଆସି ଅନେକ ଘଣ୍ଟା ଧରି ଅଡିସନ ଲାଇନରେ ଠିଆ ହେବାର ଯନ୍ତ୍ରଣା ସହିଛନ୍ତି। ଆହୁରି ମଧ୍ୟ, ତାଙ୍କୁ ଆରମ୍ଭରେ ଅନେକ ରିଜେକଶନର ସମ୍ମୁଖୀନ ହେବାକୁ ପଡିଥିଲା।
କଠିନ ସଂଘର୍ଷ ପରେ ସେ ୨୦୦୯ରେ କନ୍ନଡ ଚଳଚ୍ଚିତ୍ର ‘ଗିଲି’ରେ ଡେବ୍ୟୁ କରିଥିଲେ। ଦକ୍ଷିଣ ପରେ ରକୁଲ ୨୦୧୪ରେ ୟାରିୟାଂ’ ସହିତ ବଲିଉଡରେ ଏକ ଧମାକାଦାର ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମଟି ଭଲ ବିଜନେସ କରି ନ ଥିଲା କିନ୍ତୁ ରକୁଲଙ୍କ ବିୟୁଟି, ମଦହୋସ ଭରା ଆଖି ଏବଂ ଗ୍ଲାମର ସମସ୍ତଙ୍କୁ ଆକର୍ଷିତ କରିଥିଲା।
ଅଭିନୟ ବ୍ୟତୀତ ସେ ମଧ୍ୟ ବହୁତ ଟ୍ୟାଲେଣ୍ଟେଡ। ସେ ଜଣେ ତାଲିମପ୍ରାପ୍ତ ଭାରତନାଟ୍ୟମ ନୃତ୍ୟଶିଳ୍ପୀ। ଆହୁରି ମଧ୍ୟ, ଖୁବ କମ ଲୋକ ଜାଣନ୍ତି ଯେ ରକୁଲ ପ୍ରୀତ ମଧ୍ୟ ଜଣେ ସାହସୀ ଗଲ୍ଫ ଖେଳାଳି। ତେବେ ସେ ଗଲ୍ଫ ଛାଡି ଅଭିନୟରେ ଧ୍ୟାନ ଦେଇଥିଲେ।
ଆଜି ଅଭିନେତ୍ରୀ କୋଟି କୋଟି ମାଲିକ। ସେ ଗୋଟିଏ ମୁଭି ପାଇଁ ପାଖାପାଖି ୩ କୋଟି ଟଙ୍କା ଫିଜ ନିଅନ୍ତି। ରକୁଲଙ୍କ ମାସିକ ଆୟ ପ୍ରାୟ ୫୦ ଲକ୍ଷ ଟଙ୍କା। ତାଙ୍କର ମୋଟ ନିଟ ମୂଲ୍ୟ ୪୯କୋଟି ଟଙ୍କା ବୋଲି କୁହାଯାଉଛି।

Share