ରାଉରକେଲା,୨୨।୧୨: ବିମଳାଗଡ଼ ରେଲୱେ ୟାର୍ଡ ନିକଟରେ ମଙ୍ଗଳବାର ସାରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ସନ୍ଧ୍ୟା ୭ଟାରେ ଲୁହାପଥର ନେଇ ଏକ ମାଲବାହୀ ଟ୍ରେନ ବରସୁଆଁରୁ ରାଉରକେଲା ଅଭିମୁଖେ ବାହାରିଥିଲା। କିଛି ବାଟ ଯିବା ପରେ ଟ୍ରେନ ୧୧୦ କିମି ବେଗ ଧରିଥିଲା। ଦ୍ରୁତ ଗତି ଯୋଗୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ଏହି ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି। ଏଥି ଯୋଗୁ ରାଉରକେଲା-ବିମଳାଗଡ଼ ରୁଟରେ ବ୍ୟାହତ ହୋଇଛି ଟ୍ରେନ ଚଳାଚଳ।