ବସ୍‌ଷ୍ଟାଣ୍ଡରେ ଶୋଇଥିଲେ, ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ୍‌

ଭଞ୍ଜନଗର,୨୦।୩(ବାବୁଲା ପ୍ରଧାନ)- ବସ୍‌ଷ୍ଟାଣ୍ଡରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣ ପଦର ଗ୍ରାମର ତ୍ରିନାଥ ଗୌଡ଼।
ସୂଚନାନୁଯାୟୀ, ଭଞ୍ଜନଗର ବସଷ୍ଟାଣ୍ଡର ବିଭିନ୍ନ ହୋଟେଲରେ ପାଣି ଦେଇ ପରିବାର ଚଳାଉଥିଲେ। ତେଣୁ ସେ ଗ୍ରାମକୁ ଦରକାର ବେଳେ ଯାଉଥିଲେ। ଅନ୍ୟ ଦିନ ମାନଙ୍କରେ କାମ ସରିଲେ କେଉଁ ହୋଟେଲ ବାରଣ୍ଡାରେ ଶୋଇ ପଡୁଥିଲେ। କିନ୍ତୁ ବୁଧବାର ରାତିରେ ସେ ବସଷ୍ଟାଣ୍ଡର ରାସ୍ତା କଡ଼ରେ ଶୋଇ ପଡିଥିଲେ। ଏହି ସମୟରେ ଉମରକୋଟରୁ ଆସୁଥିବା ଏକ ସରକାରୀ ବସ ରାତି ୧ଟାରେ ଭଞ୍ଜନଗର ବସଷ୍ଟାଣ୍ଡରେ ପହଞ୍ଚିଥିଲା। ଏହାପରେ ଗାଡ଼ି ଚାଳକ ସାଇଡ କରି ରଖିବା ବେଳକୁ ରାସ୍ତାକଡ଼ରେ ଶୋଇଥିବା ତ୍ରିନାଥ ଉପରେ ବସ ଚଢ଼ି ଯାଇଥିଲା। ଏହାପରେ ଥାନା ଅଧିକାରୀ ଜିବନା ନନ୍ଦ ଜେନା ଘଟଣା ସ୍ଥଳରେ ପହଞ୍ଚି ତ୍ରିନାଥଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ନେଇଥିଲେ। ସେଠାରେ ତ୍ରିନାଥଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ବୁଧବାର ଉମରକୋଟରୁ ବାହାରି ଭୁବନେଶ୍ୱର ଆସୁଥିବା ଏକ ଓଏସ୍‌ଆର୍‌ଟିସି ବସ (ଓଡି୦୨ବିୟୁ୪୧୧୦) ଗୁରୁବାର ଭୋର୍‌ ସମୟରେ ଭଞ୍ଜନଗର ବସଷ୍ଟାଣ୍ଡ ରେ ପହଞ୍ଚିଥିଲା।  ଏହି ସମୟରେ ଅସାବଧାନତା ବଶତଃ ରାସ୍ତା କଡରେ ଶୋଇଥିବା ତ୍ରିନାଥ ଉପରେ ବସଟି ଚଢି ଯାଇଥିଲା।ଫଳରେ ଘଟଣାସ୍ଥଳରେ ହିଁ ତ୍ରିନାଥଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ପୋଲିସ ୨୮୭/୨୫ ରେ ଏକ ମାମଲା ରୁଜୁ କରି ବସକୁ  ଜବତ କରି ଘଟଣାର ତଦନ୍ତ ଚଳାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

ଦିଗପହଣ୍ଡିରେ ରାମଚରିତ ମାନସ ପାରାୟଣ ଶୁଭାରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସିଂହଦାର ସମ୍ମୁଖରେ ଶୁକ୍ରବାର ସାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ...

BJD: ନବୀନ ନିବାସରେ ହେଲା ଫାଇନାଲ, କାଲି ବଡ଼ ଘୋଷଣା!

ଭୁବନେଶ୍ୱର,୧୮।୪: ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ...

ଶସ୍ତାରେ ମିଳୁଛି ଭଡା ଘର, 1 BHK ଫ୍ଲାଟ ପାଇଁ ଦେବାକୁ ପଡିବ…

ନୂଆଦିଲ୍ଲୀ,୧୮।୪: ଭାରତର ବିଭିନ୍ନ ସହରରେ ଘର ଭଡାର ମୂଲ୍ୟ ଦିନକୁ ଦିନ ବଢୁଛି। ତେବେ କେତେକ ଛୋଟ ଓ ମଧ୍ୟମ ସହରରେ ଭଡା ମୂଲ୍ୟ ଏବେ...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଜେଲ ଗଲେ…

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରୁ ଅପହୃତ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ଭୁବନେଶ୍ୱରସ୍ଥିତ ଏକ ଘରୁ ଉଦ୍ଧାର କରିଛି।...

ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା ରୋଗ: ଧାନ ଫସଲରେ ବ୍ୟାପିବା ଆରମ୍ଭ

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ)- ରାଜ୍ୟର ବରଗଡ଼ ଜିଲାରେ ଅଧିକ ଧାନଚାଷ ହୋଇଥାଏ। କିନ୍ତୁ ଏଠାରେ ଚାଷକୁ ନେଇ ଚାଷୀମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନଚାଷ କରି...

Starlink: ଷ୍ଟାରଲିଙ୍କ୍‌ ଆସିବା ପରେ ଭାରତକୁ କ’ଣ ମିଳିବ ଫାଇଦା, କେବେ ମିଳିବ ଭାରତୀୟଙ୍କୁ ସୁବିଧା

ନୂଆଦିଲ୍ଲୀ,୧୮।୪:ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ଭାରତ ଆସିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଷ୍ଟାରଲିଙ୍କ ଭାରତୀୟ ଟେଲିକମ କମ୍ପାନୀ ଜିଓ ଏବଂ ଏୟାରଟେଲ ସହିତ ହାତ ମିଳାଇଛି।...

UPI ଉପରେ ଲାଗିବନି GST, ଡିଜିଟାଲ ପେମେଣ୍ଟ ଉପରେ ଟିକସ ନାହିଁ ବୋଲି ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୮।୪: UPI ଉପରେ ଲାଗିବନି GST। କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବାକୁ ଯୋଜନା କରୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image