Categories: ଫୁରସତ

ଲୁଣ ଦାନାଠୁ କ୍ଷୁଦ୍ର ଡିଜାଇନର୍‌ ବ୍ୟାଗ ୫୧ ଲକ୍ଷରେ ନିଲାମ

ଓ୍ବାଶିଂଟନ୍‌: ସବୁଠୁ ଦାମୀ ଲୁଇସ୍‌ ଭୁଇଟୋନ୍‌ କମ୍ପାନୀର ଡିଜାଇନର ବ୍ୟାଗ ୬୩,୦୦୦ ଡଲାର (୫୧.୬ ଲକ୍ଷ ଟଙ୍କା)ରେ ନିଲାମ ହୋଇଛି। ମୂଳ କଥା ଏହି ଡିଜାଇନର ବ୍ୟାଗ୍‌ଟି ଲୁଣା ଦାନାଠାରୁ ମଧ୍ୟ ଆହୁରି ଛୋଟ, ଯାହାକୁ ଖାଲି ଆଖିରେ ଦେଖିବା କଷ୍ଟକର। ନ୍ୟୁୟର୍କ ଅକ୍ଟ କଲେକ୍ଟିଭ୍‌ ଏମ୍‌ଏସ୍‌ସିଏଚ୍‌ଏଫ୍‌ ବ୍ୟାଗ୍‌କୁ ତିଆରି କରିଛି। ଦାମୀ ଡିଜାଇନର ବ୍ୟାଗ୍‌ଟି ଆୟତନ ୦.୦୩ ଇଞ୍ଚରୁ କମ୍‌। ବ୍ୟାଗରେ ଏକ ବଡ଼ ହ୍ୟାଣ୍ଡେଲ ଏବଂ ଛୋଟ ହ୍ୟାଣ୍ଡେଲ ରହିଛି। ଦୁଇଟି ଫଟୋ ପଲିମରାଇଜେଶନ୍‌ ବ୍ୟବହାର କରି ଏହାକୁ ତିଆରି କରାଯାଇଛି। ବ୍ୟାଗ୍‌ଟିକୁ ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ଏହା ସହିତ ଏକ ଡିଜିଟାଲ ଡିସ୍‌ପ୍ଲେ ମାଇକ୍ରୋସ୍କୋପ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଏହି କ୍ଷୁଦ୍ର ବ୍ୟାଗ୍‌ଟିକୁ ସହଜରେ ଦେଖିହେବ। ୨୦୧୬ରେ ଏମ୍‌ଏସ୍‌ସିଏଚ୍‌ଏଫ୍‌ କମ୍ପାନୀ ନୂଆ କରି ତିଆରି ହୋଇଥିଲା। ଅନେକ ସମୟରେ ନିଜର ଅଦ୍ଭୁତ ଢଙ୍ଗର ଜିନିଷ ନିର୍ମାଣ କରିବାକୁ ନେଇ କମ୍ପାନୀ ସବୁବେଳେ ଚର୍ଚ୍ଚାରେ ରହିଆସୁଛି। ୨୦୨୧ରେ ଏହି କମ୍ପାନୀ ବିରକିନ୍‌ ବ୍ୟାଗ୍‌ରେ ସାଣ୍ଡେଲ ତିଆରି କରିଥିଲା, ଯାହାର ମୂଲ୍ୟ ୭୬୦,୦୦୦ଡଲାର ଥିଲା।

Share