ଆସୁଛି ବଡ଼ ବିପର୍ଯ୍ୟୟ

ଓ୍ବାଶିଂଟନ,୩୦ା୮: ସମ୍ଭାବ୍ୟ ଝଡ଼ ‘ଇଡାଲିଆ’ ଫ୍ଲୋରିଡ଼ାଠାରେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ବିପଦପୂର୍ଣ୍ଣ ବର୍ଗ-୪କୁ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ବହିବା ସହ ଫ୍ଲୋରିଡାର ପଶ୍ଚିମ କୂଳରେ ବିପର୍ଯ୍ୟୟ ଘଟାଇବାର ଆଶଙ୍କା ରହିଛି। ବୁଧବାର ଏହି ଝଡ଼ ଅତ୍ୟନ୍ତ ବିପଜ୍ଜନକ ଭାବେ ଫ୍ଲୋରିଡାର ଗଲ୍ଫ କୋଷ୍ଟକୁ ଛୁଇଁଛି। ଏନେଇ ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ୨୯ ତାରିଖ ଅର୍ଥାତ୍‌ ଗୁରୁବାର ଭୟଙ୍କର ରୂପ ନେବ। ରାଷ୍ଟ୍ରୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ସାଟେଲାଇଟ୍‌ ଚିତ୍ର ଆମେରିକାର ପୂର୍ବ ଉପକୂଳ, ବରମୁଡାର ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ହରିକେନ ଇଡାଲିଆ, ଫ୍ଲୋରିଡାର ଗଲ୍ଫ କୋଷ୍ଟ ଏବଂ ଝଡ଼ ଫ୍ରାଙ୍କଲିନକୁ ଦର୍ଶାଉଛି। ଫ୍ଲୋରିଡାର ବୈଜ୍ଞାନିକମାନେ କହିଛନ୍ତି, ଏହି ଝଡ଼ ବଡ଼ଧରଣର ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ହାର୍‌ ମାନିଲେ ଟ୍ରୁଡୋ: ମୋଦିଙ୍କ ବିରୋଧରେ….

ଓଟଓ୍ବା,୨୧।୧୧:କାନାଡା ସରକାର ପୁଣି ଥରେ ଭାରତ ଆଗରେ ହାର୍‌ ମାନିଛି। ପ୍ରକାଶ ପାଇଛନ୍ତି। ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ମାମଲାରେ କାନାଡା ଲଜ୍ଜାର ସମ୍ମୁଖୀନ ହୋଇଛି।...

ଭାରତ-ଗୁୟାନାକୁ ଯୋଡୁଛି ସଂସ୍କୃତି, ଖାଦ୍ୟ ଆଉ କ୍ରିକେଟ

ଜର୍ଜଟାଉନ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗୁୟାନାଠାରେ ପହଞ୍ଚି ସେଠାରେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଥି ସହିତ, ୫୦ ବର୍ଷରୁ ଅଧିକ ସମୟ ମଧ୍ୟରେ...

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ମୃତ୍ୟୁସଂଖ୍ୟା ୪୪,୦୦୦ ଟପିଲା

ଡେଇର ଅଲ୍‌-ବଲାହ,୨୧ା୧୧:ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ୧୩ ମାସ ହେଲା ଯୁଦ୍ଧ ଲାଗିରହିଥିବାବେଳେ ଗାଜାଷ୍ଟ୍ରିପ୍‌ରେ ମୃତ୍ୟୁସଂଖ୍ୟା ୪୪,୦୦୦ ଟପିଲାଣି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି...

‘ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ଅନୁଷ୍ଠାନ ଗୁଡ଼ିକ ଭୁଶୁଡି ପଡୁଛି’, ଗୁୟାନା ସଂସଦର ସମ୍ବୋଧନରେ ଏମିତି କହିଲେ ମୋଦି

ଜର୍ଜଟାଉନ,୨୧।୧୧: ଗୁରୁବାର ଗୁୟାନା ସଂସଦର ଏକ ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ଗୁୟାନା ଏବଂ...

ଚାଇନାକୁ ବଡ ଝଟକା ଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ! ଭାରତ ପାଇଁ କଲେ, ଏତେ ବଡ଼ ଘୋଷଣା

ମସ୍କୋ,୨୧।୧୧: ସୋମବାର (ନଭେମ୍ବର ୧୮) ବ୍ରାଜିଲରେ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବୈଠକ...

ପିଲାମାନେ ଇଣ୍ଟରନେଟ ମିଡିଆ ବ୍ୟବହାର କଲେ ଲାଗିବ ମୋଟା ଅଙ୍କର ଜରିମାନା

ମେଲବର୍ଣ୍ଣ,୨୧।୧୧: ପିଲାମାନଙ୍କୁ ଇଣ୍ଟରନେଟ ମିଡିଆର ଖରାପ ପ୍ରଭାବରୁ ରକ୍ଷା କରିବା ପାଇଁ ଗୁରୁବାର ଅଷ୍ଟ୍ରେଲିଆ ସଂସଦରେ ଏକ ବିଲ ଆଗତ କରାଯାଇଥିଲା। ଏହି ବିଲ, ବିଶ୍ୱରେ...

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୫୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ପେଶାଓ୍ବର,୨୧ା୧୧: ପାକିସ୍ତାନର ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶରେ ଗୁରୁବାର ଆତଙ୍କବାଦୀମାନେ କେତେକ ଯାତ୍ରୀବାହୀ ଯାନକୁ ଟାର୍ଗେଟ୍‌ କରି ଆକ୍ରମଣ କରିଛନ୍ତି। ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି...

ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଗିରଫ ପାଇଁ ୱାରେଣ୍ଟ ଜାରି କଲେ ଅନ୍ତର୍ଜାତୀୟ କୋର୍ଟ

ନୂଆଦିଲ୍ଲୀ,୨୧।୧୧: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟଙ୍କୁ ମାନବିକତା ବିରୋଧୀ ତଥା ଯୁଦ୍ଧ ଅପରାଧ ପାଇଁ ଅନ୍ତର୍ଜାତୀୟ ଅପରାଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri