ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ ପ୍ରାୟତଃ ଝିଅ ଆରାଧ୍ୟାଙ୍କ ସହିତ ନଜର ଆସିଥାନ୍ତି। ନିକଟରେ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ସହ ନଜର ଆସିଥିଲେ। ଉଭୟ SIIMA ପୁରସ୍କାରରେ ଯୋଗଦେବାକୁ ଯାଇଥିଲେ। ଏହି ସମୟ ମଧ୍ୟରେ ଗୋଟିଏ ଜିନିଷ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ହେଉଛି ଅଭିନେତ୍ରୀଙ୍କ ବିବାହ ରିଙ୍ଗ। ତାଙ୍କ ହାତରେ ଥିବା ରିଙ୍ଗ ନ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟ ଛାଡପତ୍ରର ଗୁଜବ ପୁଣି ଉଡ଼ିବା ଆରମ୍ଭ କରିଛି।

ନିକଟରେ ଐଶ୍ୱର୍ଯ୍ୟା ରାୟ ଝିଅ ଆରାଧ୍ୟାଙ୍କ ସହ ନଜର ଆସିଥିଲେ। ସବୁଥର ପରି ଅଭିନେତ୍ରୀ ନିଜ ଝିଅକୁ ସୁରକ୍ଷା ଦେଉଥିଲେ। କିନ୍ତୁ ତାଙ୍କ ହାତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଥର ତାଙ୍କ ହାତରେ ବିବାହ ରିଙ୍ଗ ଦୃଶ୍ୟମାନ ହେଉ ନ ଥିଲା। ୟ

ଏହାପୂର୍ବରୁ ଅମ୍ବାନୀ ବିବାହରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏକାଠି ପହଞ୍ଚି ନ ଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଫାଟ ଥିବା ଚର୍ଚ୍ଚା ହୋଇଥିଲା।

Share